କନକ ବ୍ୟୁରୋ: ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିଲା ଟ୍ରେନ । ସୋନପୁର ଷ୍ଟେସନରୁ ପୁରୀକୁ ଗଡିଛି ଟ୍ରେନ । ଗତ ୩ ତାରିଖ ଦିନ ସମ୍ବଲପୁର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନର ଶୁଭାରମ୍ଭ କରିଥିଲେ । ଆଉ ଶେଷରେ ସୋନପୁରରୁ ପୁରୀକୁ ପ୍ରଥମ ଟ୍ରେନ୍ ଚଳାଚଳ କରିଛି । ଏଥିରେ ବହୁ ସ୍ଥାନୀୟ ଲୋକ ଯାତ୍ରା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ସ୍ୱପ୍ନ ସାକାର ହେଉଛି ବୋଲି କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଏହି ଷ୍ଟେସନରୁ ଆହୁରି ଅଧିକ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ ।
ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିଲା ଟ୍ରେନ୍ । ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
/kanak/media/post_attachments/wp-content/uploads/2024/02/train.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)