କନକ ବ୍ୟୁରୋ : ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ । ଉତ୍ତରପ୍ରଦେଶର ମଥୁରା ଜଙ୍କସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଇଏମ୍ୟୁ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି । ଅଚାନକ ଇଏମୟୁ ଟ୍ରେନଟି ପ୍ଲାଟଫର୍ମ ଉପରେ ମାଡ଼ିଯାଇଥିଲା । ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିନି । ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିବା ଦେଖାଯାଇଥିଲା । ସେପଟେ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp