ଦେଶର ଅନେକ ସ୍ଥାନରେ ଘନକୁହୁଡି । ଟ୍ରେନ ଚଳାଚଳରେ ହେବ ବିଳମ୍ବ, ବେଗ କମାଇବାକୁ ଚାଳକଙ୍କୁ ଦିଆଗଲା ନିର୍ଦ୍ଦେଶ

Advertisment
୭ଜିଲ୍ଲାରେ ବର୍ଷା ! ରାଜ୍ୟର ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ।  ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ବହିପାରେ ପବନ

କନକ ବ୍ୟୁରୋ : ଦିଲ୍ଲୀ ସହିତ ଉତ୍ତର ଭାରତ ଓ ପୂର୍ବତଟ ରେଳପଥର କେତେକ ସ୍ଥାନରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ତେଣୁ ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଟ୍ରେନର ଚଳାଚଳକୁ ବାତିଲ କରାଯାଇଥିବା ରେଳ କର୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ଆଉ କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା ରଖାଯାଇଛି। ଏବେ ଦିଲ୍ଲୀରୁ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବିଳମ୍ବରେ ପହଁଞ୍ଚୁଛି।

publive-image source financialexpress.com

ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଗୁରୁତ୍ୱପୂର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ ଏକ୍ସପ୍ରେସ୍, ଅନୁଗୁଳ ଓ ଝାରସୁଗୁଡ଼ା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ। ତେଣୁ ବାତିଲ ହେବାକୁ ଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ଯାତ୍ରୀମାନେ ଷ୍ଟେସନ ଆସିବାର ବହୁ ଆଗରୁ ସେମାଙ୍କର ଟ୍ରେନ ସମ୍ବନ୍ଧରେ ୧୩୯ ନମ୍ବରକୁ କଲ୍ କରି ସୂଚନା ପାଇପାରିବେ। ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଅନୁସନ୍ଧାନ ବ୍ୟବସ୍ଥା ମାଧ୍ୟମରେ ୱେବସାଇଟରୁ କିମ୍ବା ମୋବାଇଲ ଆପ୍ ଦ୍ୱାରା ସୂଚନା ପାଇପାରିବେ।

କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ରେଳ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣରେ ରଖିବାକୁ ଡ୍ରାଇଭରମାନଙ୍କୁ କୁହାଯାଇଛି। ଏହାବ୍ୟତୀତ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦଗୁଡ଼ିକ ଦ୍ୱାରା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିର୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକର କାର୍ଯ୍ୟଭାର ବହନ ପାଇଁ ପ୍ରସ୍ତୁତ ରହିବାକୁ ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଉଛି। ଶୀତ ଋତୁ ସମୟରେ ଓ ଘନ କୁହୁଡ଼ିରେ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe