ଝାରପଡା ପୂଜା ମଣ୍ଡପରେ ସୃଷ୍ଟି କରାଯାଇଛି ନିଆରା ପରିବେଶ ! ତିଆରି ହୋଇଛି ରେଳ ଜଙ୍କସନ୍

36

କନକ ବ୍ୟୁରୋ : ଆଜି ମହାଷଷ୍ଠୀ । ଜଗତଜନନୀ ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଂଚଳ ଦୈବୀ ପୀଠ ଓ ପୂଜା ମଣ୍ଡପ । ବିଭିନ୍ନ ଶକ୍ତିପୀଠରେ ମା’ଙ୍କର ସପ୍ତମୀ ନୀତି କରାଯାଉଥିବା ବେଳେ ଆଜି ମଧ୍ୟରାତିରୁ ପୂଜା ମଣ୍ଡପରେ ମାଙ୍କର ଷଷ୍ଠି ପୂଜା କରାଯିବ । ସେପଟେ ଶାରଦୀୟ ଦଶହରାରେ ମୃଣ୍ମୟୀ ମୂର୍ତି ଓ ତୋରଣ ସାଜସଜ୍ଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ ଚାଲିଛି ପ୍ରତିଯୋଗିତା ।

vlcsnap-2017-09-26-19h35m58s597ଭୁବନେଶ୍ୱର ଝାରପଡା ପୂଜା ମଣ୍ଡପରେ ସୃଷ୍ଟି କରାଯାଇଛି ନିଆରା ପରିବେଶ । ତିଆରି ହୋଇଛି ରେଳ ଜଙ୍କସନ । ଜଙ୍କସନରେ ୩ଟି ଶୀତତାପ ନିୟନ୍ତ୍ରିତ ରେଳ ଡବା । ଆଉ ତା ଭିତରେ ଅବସ୍ଥାପିତ ହୋଇଛନ୍ତି ମା । ସେଠାରେ ରେଳ ଷ୍ଟେସନର ମାହୋଲ ସୃଷ୍ଟି କରାଯାଇଛି । କଳିଙ୍ଗ ଜଙ୍କସନରେ ମାଙ୍କୁ ଆବାହନ କରି ଏଥର ନୂଆ ଅଧ୍ୟାୟ ସୃଷ୍ଟି କରିଛି ଝାରପଡା ଦୁର୍ଗାପୂଜା ସମିତି । ବାଉଁଶ, କାଠ ବିଟ୍, ପ୍ଲାଏ, ଲୁହା ଫ୍ରେମ, ବାଲି, ଇଟା, ଟାଇଲ, ଫାଇବରକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି ।