ଆପଣ ତ ଦେଖିଥିବେ ଟ୍ରେନରେ ନୀଳ,ନାଲି ଏବଂ ହଳଦିଆ ଭଳି କେତେ ରଙ୍ଗ ଦିଆଯାଇଥାଏ । ତେବେ ଏହା ଆପଣଙ୍କ ପାଇଁ ହୁଏ ତ କେବଳ ସାଧାରଣ ହୋଇଥାଇପାରେ କିନ୍ତୁ ଏହା ପଛରେ ମଧ୍ୟ ବହୁ କାରଣ ରହିଛି । ତେବେ ଆଜି ଆସନ୍ତୁ ଜାଣିବା ନାଲି ଏବଂ ନୀଳ ରଙ୍ଗର ଟ୍ରେନରେ ଫରକ କ’ଣ ରହିଛି । କୋଚ୍ ର ଡିଜାଇନ୍ ଏବଂ ବିଶେଷତା ଦ୍ୱାରା ରଙ୍ଗର ଚୟନ କରାଯାଇଥାଏ ।
ନୀଳ ରଙ୍ଗର ଟ୍ରେନ୍ : ଏଭଳି ଅନେକ ଟ୍ରେନ୍ ରହିଛି ଯାହାର ରଙ୍ଗ ନୀଳ । ଏହାର ଅର୍ଥ ଏହା ହେଉଛି ଆଇସିଏଫ୍ ର କୋଚ୍ । ଆପଣଙ୍କୁ ଏଠାରେ କହିରଖୁଛୁ ଆଇସିଏଫ୍ କୋଚ୍ ସିଏଫ୍ କୋଚ୍ ଠାରୁ ୭୦ ରୁ ୧୪୦ ଘଣ୍ଟା ପ୍ରତି ସ୍ପୀଡରେ ଯାଏ । ଏହା ମେଲ୍ ଏକ୍ସପ୍ରେସ୍ କିମ୍ବା ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଲଗାଯାଇଥାଏ । ଇଣ୍ଟ୍ରିଗଲ୍ କୋଚ୍ ର କମ୍ପାନୀ ତାମିଲନାଡୁରେ ରହିଛି । ଯାହାର ସ୍ଥାପନା ୧୯୫୨ ମସିହାରେ କରାଯାଇଥିଲା । ଏହି କମ୍ପାନୀ ଇଣ୍ଡିୟାନ୍ ଅଏଲ୍ ଅଧିନରେ କାମ କରିଥାଏ ।
ନାଲି ରଙ୍ଗର ଟ୍ରେନ୍ : ଆଇସିଏଫ୍ ର ବାତାନୁକୁଳିନ ଟ୍ରେନ୍ ରେ ନାଲି ରଙ୍ଗ ଦିଆଯାଏ ।
ସବୁଜ ରଙ୍ଗ : ଗରିବ ରଥ ଟ୍ରେନରେ ସବୁଜ ରଙ୍ଗ ଦିଆଯାଇଥାଏ ।
ମାଟିଆ ରଙ୍ଗ : ମିଟର ଗେଜ୍ ଟ୍ରେନର ରଙ୍ଗ ମାଟିଆ ହୋଇଥାଏ । ଏହାଛଡା କିଛି ରେଲୱେ ଜୋନ୍ ରେ ସ୍ୱୟଂର ରଙ୍ଗକୁ ମଧ୍ୟ ନାମିତ କରିଛନ୍ତି । ଯେଭଳି କେନ୍ଦ୍ରୀୟ ରେଳବାଇର କିଛି ଟ୍ରେନ୍ ଧଳା-ନାଲି ଏବଂ ନୀଳ ରଙ୍ଗକୁ ଫଲୋ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/maxresdefault-4.jpg)
/kanak/media/post_attachments/wp-content/uploads/2019/01/capture.jpg_1509629331_618x347-300x168.jpeg)
/kanak/media/post_attachments/wp-content/uploads/2019/01/jmadhavadas129605542060-300x225.jpg)