କନକ ବ୍ୟୁରୋ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲେରୋ ଧକ୍କା । ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ୍ ପାଖରେ ଏହି ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକରେ ଆସୁଥିଲା । ଏହି ସମୟରେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଅଟକି ଯାଇଥିଲା । ଏହା ପରେ ପ୍ରାୟ ୩୦ ମିଟର ବୋଲେରୋଟିକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍ । ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ତେବେ ବୋଲେରୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।