କନକ ବ୍ୟୁରୋ : ରାୟଗଡାରୁ ଆସିଲା ଦୁଃଖଦ ଖବର । ମଇଁଷି ପଲ ଉପରେ ଚଢିଗଲା ଟ୍ରେନ୍ । ପାଖାପାଖି ୩୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ ଏହି ହୃଦୟ ବିଦାରକ ଘଟଣା ପୂରା ଅଞ୍ଚଳକୁ ଶୋକରେ ବୁଡାଇ ଦେଇଛି ।
ମିଳିଥିବା ସୂଚନା ମୁତାବକ, ପିତାମହଲ ସ୍ଥିତ ରେଳ ଟ୍ରାକ ଉପରେ ମଇଁଷିଙ୍କୁ ଦଳି ଦେଇଛି ଏକ୍ସପ୍ରେସ୍ ଟ୍ରେନ୍ । ରେଳ ଟ୍ରାକ୍ ପାର ହେବା ବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ ମାଡି ଯାଇଥିଲା । ଫଳରେ ରେଳ ଟ୍ରାକ୍ ଉପରେ ହିଁ ଅନେକ ମଇଁଷିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆଉ କିଛି ମଇଁଷି ଟ୍ରେନରେ ଧକ୍କା ହୋଇ ଛିଟିକି ପଡିବା ସହ ମୃତ୍ୟୁବରଣ କରିଛନ୍ତି । ଟ୍ରେନଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଅନେକ ମଇଁଷି ଟ୍ରାକରୁ ଅନେକ ଦୂରରେ ପଡିଥିବାର ଦେଖିବାକୁ ମିଳିଛି ।