ଲାଇନଚ୍ୟୁତ ହେଲା ବିଶାଖପାଟଣାରୁ ଭବାନୀପାଟଣା ଆସୁଥିବା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ ।

142

କନକ ବ୍ୟୁରୋ: ପୁଣି ଏକ ରେଳ ଦୁର୍ଘଟଣା । ସୌଭାଗ୍ୟକୁ ବଡ ଅଘଟଣ ଟଳିଯାଇଛି, ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରେନରେ ଥିବା ଯାତ୍ରୀ । ବିଶାଖପାଟଣାରୁ ଭବାନୀପାଟଣା ଆସୁଥିବା ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଶାଖାପଟଣା ନିକଟସ୍ଥ କୋତାୱାଲସା ନିକଟରେ ଲାଇନଚ୍ୟୁତ ହୋଇଥିଲା । ଇଞ୍ଜିନ ସହ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଆଶ୍ୱସ୍ତିକର କଥା ହେଉଛି, ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ କିମ୍ବା ଗୁରୁତର ଆହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ପହଞ୍ଚି ରେଳ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବିଶାଖପାଟଣା ଡିଆରଏମ ପକ୍ଷରୁ ସୂଚନା ଦିଆଯାଇଛି ।