କନକ ବ୍ୟୁରୋ : ଇରାନରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା । ଟ୍ରାକ୍ ନିକଟରେ ଥିବା ଏକ ଏକ୍ସଭେଟର ମେସିନ ସହ ମାଡ ହୋଇ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁଁ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୮୭ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି ।

Advertisment

ଟ୍ରେନଟି ତେହେରାନରୁ ପ୍ରାୟ ୫୫୦ କିମି ଦକ୍ଷିଣ-ପୂର୍ବ ସ୍ଥିତ ତାବାସରୁ ୟେଜେଦ ସହରକୁ ଯାଉଥିଲା । ଏହି ଟ୍ରେନରେ ୩୫୦ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣା ଯୋଗୁଁ ୧୧ ବଗିରୁ ୫ଟି ଓଲଟି ଯାଇଥିଲା । ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ ଏବଂ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି ଦୁର୍ଘଟଣାର ଯାଞ୍ଚ ଜାରି ରହିଛି ।