କାନପୁର : ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ । ରେଳଧାରଣାରୁ ଖସିଲା ୧୫ଟି ବଗି । କାନପୁରରେ ଲାଇନଚ୍ୟୁତ ସିଆଲଦା-ଅଜମେର ଏକ୍ସପ୍ରେସ । କାନପୁରଠାରୁ ୫୦କିଲୋମିଟର ଦୂର ରୁରା ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳ ପ୍ରାୟ ୫ଟା୨୦ରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୮ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରେନ ଲାଇନଚ୍ୟୁତ ହେବା ପରେ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛି ରେଳ ବିଭାଗ । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ । ଘଟଣାର ତଦନ୍ତ ପାଇଁ ରେଳ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଜରୁରୀକାଳିନ ସେବା ପାଇଁ ଡାକ୍ତରୀ ଟିମ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ସିଆଲଦା-ଅଜମେର ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ ହେବା ଯୋଗୁଁ ୨୦ଟି ଟ୍ରେନର ଗତିପଥରେ ପରିବର୍ତନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-28-11h29m38s694.png)