କନକ ବ୍ୟୁରୋ : ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ରାଜଧାନୀ ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି । ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ ଏବଂ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସ ବାତିଲ ହୋଇଛି ।
କୁହୁଡି ଯୋଗୁଁ ଲିଙ୍କ ଟ୍ରେନ ବିଳମ୍ବ ହେବାରୁ ଏହି ଗୁଡିକୁ ବାତିଲ କରାଯାଇଛି । ସେହିପରି ଦିନ ୧୦ଟା ୫୫ରେ ଯିବାକୁ ଥିବା ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ ଅପରାହ୍ନ ୩ଟା ପୁରୀରୁ ବାହାରିବ । ସେହିପରି ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ରେଳ ଷ୍ଟେସନ ଗୁଡିକରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-03-10h16m16s427.png)