କନକ ବ୍ୟୁରୋ : ଅଗଷ୍ଟ ୩୧ ତଥା ସୋମବାର ପଶ୍ଚିମବଙ୍ଗରେ ହେଉଥିବା ସମ୍ପୂର୍ଣ୍ଣ ଲକ୍ଡାଉନ୍ ପାଇଁ ପୂର୍ବତଟ ରେଳପଥରେ ଟ୍ରେନ ସେବା ପ୍ରଭାବିତ ହେବ। ୪ଟି ଟ୍ରେନ ବାତିଲ ହେବାକୁ ଥିବା ବେଳେ ୨ଟି ଲେଖାଏଁ ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଛି। ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ଯଶୋବନ୍ତପୁରରୁ ଛାଡ଼ୁଥିବା ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ସ୍ପେସାଲ ୩୦ ତାରିଖରେ ଯଶୋବନ୍ତପୁରଠାରୁ ବାତିଲ ହେବ। ସିଆଲ୍ଦାରୁ ଛାଡୁଥିବା ସିଆଲ୍ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲ ୩୧ ତାରିଖରେ ବାତିଲ ରହିବ। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍ଦା ଦୁରନ୍ତ ସ୍ପେସାଲ ସେପ୍ଟେମ୍ବର ପହିଲା ଦିନ ଓ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲ ୩୧ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା ଅଗଷ୍ଟ ୩୦ ତାରିଖରେ ସିକନ୍ଦରାବାଦରୁ ଛାଡ଼ୁଥିବା ସିକନ୍ଦରାବାଦ-ହାଓଡ଼ା ଫଲକନୁମା ସ୍ପେସାଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ। ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ପେସାଲ ଏକ୍ସପ୍ରେସ ୩୧ ତାରିଖ ଦିନ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଉକ୍ତ ଦିନ ଏହା ହାଓଡ଼ାରୁ ଭୁବନେଶ୍ୱର ପର୍ୟ୍ୟନ୍ତ ବାତିଲ ରହିବ। ପ୍ରତ୍ୟାହାର କରାଯାଉଥିବା ରହଣି ମଧ୍ୟରେ ୩୦ ତାରିଖରେ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୁଲିଆ ଓ ହିଜଲୀରେ ରହଣି କରିବ ନାହିଁ। ୩୧ରେ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଏବଂ ୩୦ରେ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଉଭୟ ଦିଗରୁ ହିଜଲୀରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡ଼ିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବା ସହ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି।