ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ୬ ଯାତ୍ରୀଙ୍କ ମୃତ୍ୟୁ ନେଇ ସରକାରୀ ସୂତ୍ରରୁ ସୂଚନା

271

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛ ପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି ।