ଅମୃତସରରେ ରାବଣ ପୋଡ଼ି ଦେଖୁଥିବା ବେଳେ ରେଳ ଦୁର୍ଘଟଣାରେ ୬୦ ମୃତ, ୭୦ ରୁ ଅଧିକ ଆହତ

41

କନକ ବ୍ୟୁରୋ : ପଜାଂବର ଅମୃତସରଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ।। ବଢିବାରେ ଲାଗିଛି । ମିଳିଥିବା ସୂଚନା ଅମନୁସାରେ ମୃତକଙ୍କ ସଂଖ୍ୟା ୬୦ ଟପିଛି । ଏହାସହ ପାଖାପାଖି ୭୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇ ନିକତସ୍ଥ ମେଡିକାଲରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି । ଜଳନ୍ଧର ଠାରୁ ଅମୃତସର ଅଭିମୂଖେ ଯାଉଥିବା ଟ୍ରେନ ଅମୃତସର ନିକଟରେ ରାବଣ ପୋଡ଼ି ଦେଖୁଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା ।

 

 ରେଳ ଧାରଣାକୁ ଲାଗି ରାବଣ ପୋଡ଼ି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଲୋକମାନେ ଟ୍ରେନ ଆସିବାକୁ ଦୃଷ୍ଟି ଦେଇ ନଥିଲେ । ଟ୍ରେନତି ଏତେ ସ୍ପିଡରେ ଆସିଥିଲା ଯେ, ସେଠାରେ ଥିବା ଲୋକ କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ହିଁ ୭୦ ଲୋକଙ୍କ ଜୀବନ ଚାଲିଯାଇଥିଲା । ରେଳ ଗଳାପରେ ଧାରଣା କଡରେ ବିଛାଡି ହୋଇପଡିରହିଥିଲା ମୃତ ଦେହ । ଅମୃତସର ଚୌଡ଼ା ବଜାର ନିକଟରେ ଘଟିଥିବା ଘଟଣା ପଞ୍ଜାବ ପାଇଁ ଏକ ଦୁଃଖଦ ଘଟଣା ଆଣିଥିଲା । ତେବେ ରେଳ ଦୁର୍ଘଟଣା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ଯଦି ରେଳର ବେଗ କମ ରହିଥାଆନ୍ତା ତେବେ ଏତେ ବଡ ଦୁର୍ଘଟଣା ହୋଇନଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

 

ଘଟଣାସ୍ଥଳରେ ରାମଲୀଳା ନାଟକ ପରିବେଷଣ ହେଉଥିଲା ଏବଂ ରାମଲୀଳାରେ ରାବଣ ଭୂମିକାରେ ଅବତୀର୍ଣ୍ଣ ଥିବା ଦଳବୀରଙ୍କ ମଧ୍ୟ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରେଳ ଦୁର୍ଘଟଣା ନେଇ ଅକାଳି ଦଳ ନେତା ଏବଂ ପୂର୍ବତନ ମନ୍ତ୍ରୀ ବିକ୍ରମ ମଜିଠିଆ କହିଛନ୍ତି, ନଭଜ୍ୟୋତ ସିଦ୍ଧୁ ଓ ତାଙ୍କ ସ୍ତ୍ରୀ ଏହି ଘଟଣା ପାଇଁ ଦାୟୀ । କିଛି ପ୍ରତକ୍ଷଦର୍ଶୀଙ୍କ ଅନୁସାରେ ବିନା ଅନୁମତିରେ କଂଗ୍ରେସ ପକ୍ଷରୁ ରାବଣ ପୋଡ଼ିର ଆୟୋଜନ ହୋଇଥିଲା । ତେବେ ପଜାଂବରେ ହୋଇଥିବା ଏପରି ଘଟଣାରେ ଆଜି ସେଠାରେ ସମସ୍ତ ସ୍କୁଲ ଓ ଅଫିସ ବନ୍ଦ ରହିବ ବୋଲି ସୂଚନା ମିଳିଛି ।