ଜମତାରାରେ ଲୋକଙ୍କ ଉପରେ ମାଡିଗଲା ଟ୍ରେନ । ୨ ମୃତ ସୂଚନା, ଅନ୍ଧାର ଯୋଗୁଁ ଉଦ୍ଧାର କାମ ବାଧାପ୍ରାପ୍ତ

135

କନକ ବ୍ୟୁରୋ: ଝାଡଖଣ୍ଡର ବଡ ଟ୍ରେନ ଦୁର୍ଘଟଣା । ଲୋକଙ୍କ ଉପରେ ଚଢିଯାଇଛି ଟ୍ରେନ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ଧାର ଯୋଗୁଁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତାହତଙ୍କ ସଠିତ ସୂଚନା ବି ମିଳିପାରିନାହି ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଖବର ଅନୁସାରେ, ଡାଉନ ଲାଇନରେ ବେଙ୍ଗାଲୁରୁ-ୟଶବନ୍ତପୁର ଏକ୍ସପ୍ରେସ ଯାଉଥିଲା । ତେବେ ଧୂଳି ଉଡୁଥିବା ଦେଖି ଡ୍ରାଇଭର ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରିଥିଲେ । ଟ୍ରେନ ଅଟକିବା ପରେ ଲୋକେ ଓହ୍ଲାଇଥିଲେ । ଏହାପରେ ଅପଲାଇନରେ ଆସୁଥିବା ଡିଏମୟୁ ଟ୍ରେନ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା । ଘଟଣା ପରେ ରେଳବାଇର ପ୍ରତିକ୍ରିୟା ଆସିଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି. ଟ୍ରେନରେ କୌଣସି ନିଆଁ ଲାଗିନାହିଁ । ପ୍ରାଣ ହରାଇଥିବା ଯାତ୍ରୀ ରେଳଯାତ୍ରୀ ନୁହନ୍ତି । ଘଟଣାର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି ।