ଚଳିତବର୍ଷ ଆରମ୍ଭରୁ ହିଁ ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଟିଭି ଦେଖିବାର ନିୟମରେ ଅନେକ ପରିବର୍ତ୍ତନ ଆଣିଛି । ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବର୍ ଙ୍କ କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ ଟିଭି କେବୁଲ୍ ପାଇଁ କେୱାଇସି ପ୍ରକ୍ରିୟା ମଧ୍ୟ ସେହିଭଳି ହୋଇଯାଇଛି ।
ଟ୍ରାଇର ଏହି ନୂଆ ନିୟମକୁ ନୂଆ ଡିଟିଏଚ୍ ସବଷ୍କ୍ରାଇବର୍ ଙ୍କ ପାଇଁ ଲାଗୁ କରାଯାଇଛି । ଏଥିରେ ଗ୍ରାହକଙ୍କୁ କେୱାଇସି କରିବା ପାଇଁ ୨ ବର୍ଷର ସମୟ ମିଳିବ । ଅନ୍ୟପକ୍ଷରେ ଯେଉଁ ଗ୍ରାହକ ନୂଆ କନେକ୍ସନ୍ ନେବେ ତାଙ୍କୁ ସର୍ବପ୍ରଥମେ ସବଷ୍କ୍ରାଇବର୍ ଙ୍କୁ କେୱାଇସି କରିବାକୁ ପଡିବ । ଏହାପରେ ହିଁ ନୂଆ ଡିଟିଏଚ୍ କନେକ୍ସନ୍ ପାଇଁ ମିଳୁଥିବା ସେଟଅପ୍ ବକ୍ସକୁ ଇନଷ୍ଟଲ୍ କରାଯିବ । କେୱାଇସି ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ଆଧାର କାର୍ଡ ,ଡ୍ରାଇଭିଂ ଲାଇସେନ୍ସ,ପାସପୋର୍ଟ ଆଦି ଦସ୍ତାବିଜ୍ ର କପି ଜାରି କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/1508175536-9071.png)
/kanak/media/post_attachments/wp-content/uploads/2019/10/Capture-15-300x199.png)