ଗୋଟିଏ କ୍ଲିକରେ ଜାଣିପାରିବେ ସବୁଠାରୁ ଶସ୍ତା ମୋବାଇଲ ପ୍ଲାନ : ଆପଣାନ୍ତୁ ଏହି ଉପାୟ

33

ଦୂର ସଂଚାର କମ୍ପାନୀର ଭଲ ଓ ଶସ୍ତା ପ୍ଲାନ ପାଇଁ ଏବେ ଆପଣଙ୍କୁ ଏପଟେ ସେପଟେ ବୁଲିବାକୁ ପଡିବନି । ପ୍ରି-ପେଡ ହେଉ ବା ପୋଷ୍ଟ ପେଡ, ଲ୍ୟାଣ୍ଡଲାଇନ ହେଉ ବା ବ୍ରୋଡବ୍ୟାଣ୍ଡ ଉପଭୋକ୍ତା କେବଳ ଗୋଟିଏ କ୍ଲିକରେ ଜାଣିପାରିବେ କି କେଉଁ ପ୍ଲାନଟି ସବୁଠାରୁ ଭଲ ।

‘ଦୂର ସଂଚାର ନିୟାମକ ଟ୍ରାଇ’ ଉପଭୋକ୍ତାଙ୍କ ସୁବିଧାକୁ ଦେଖି ନିଜ ୱେବସାଇଟ www.trai.gov.in ରେ ସମସ୍ତ କମ୍ପାନୀର ପ୍ଲାନ ଦର୍ଶାଇବା କାମ ଆରମ୍ଭ କରିଦେଲାଣି । ଏହା ମାଧ୍ୟମରେ ଉପଭୋକ୍ତା ସହଜରେ ସମସ୍ତ କମ୍ପାନୀଙ୍କ ପ୍ଲାନର ତୁଳନା କରିପାରିବେ । ଦିଲ୍ଲୀ ଅଂଚଳର ଉପଭୋକ୍ତା ଏବେ ପ୍ରି-ପେଡ ଓ ପୋଷ୍ଟ ପେଡ, ବ୍ରୋଡ ବ୍ୟାଣ୍ଡର ମାସିକ ଖର୍ଚ୍ଚର ତୁଳନା କରିପାରିବେ । ସମସ୍ତ ୨୨ ସର୍କଲରେ ଏହି ସେବାର ଆରମ୍ଭ ଏକ ମାସରେ ହୋଇଯିବ । କିନ୍ତୁ ଏବେ ଅନ୍ୟ ସର୍କଲର ଡାଟା ଉପରେ ପରୀକ୍ଷଣ କାମ ଚାଲିଛି ।

ଟ୍ରାଇର ଅଧ୍ୟକ୍ଷ ଆର ଏ ଶର୍ମାଙ୍କ କହିବାନୁସାରେ, ଉପଭୋକ୍ତାଙ୍କ ସୁବିଧା ପାଇଁ ନିୟାମକ ସମସ୍ତ ପଦକ୍ଷେପ ନେଉଛି । ଏହି ବ୍ୟବସ୍ଥା ଜରିଆରେ ଆପଣ ସହଜରେ ଜାଣିପାରିବେ ଯେ କେଉଁ କମ୍ପାନୀ କେତେ ଦରରେ ପ୍ଲାନ ଦେଉଛି । ଉପଭୋକ୍ତା ୱେବସାଇଟ ଜରିଆରେ ଭଲ ଓ ଶସ୍ତା ପ୍ଲାନ ସହଜରେ ଚୟନ କରିପାରିବେ ଓ ଉପଭୋକ୍ତା କୈାଣସି ପ୍ଲାନ ବିଷୟରେ ମଧ୍ୟ ନିଜର ମତାମତ ଦେଇପାରିବେ ।

ଦୂର ସଂଚାର କ୍ଷେତ୍ରର ବିଶେଷଜ୍ଞ ପଲ୍ଲବୀଙ୍କ ମୁତାବକ, ଟ୍ରାଇର ଏହି ପଦକ୍ଷେପର ଲାଭ ଉପଭୋକ୍ତାଙ୍କୁ ମିଳିବ । ଦୂରସଂଚାର କମ୍ପାନୀ ପ୍ରତି ବର୍ଷ ଟ୍ରାଇକୁ ୨୨,୦୦୦ରୁ ୨୫,୦୦୦ ଟାରିଫ ପ୍ଲାନ ଯୋଗାଇ ଦିଏ ।