ଟ୍ରାଇ ଅଧ୍ୟକ୍ଷକଙ୍କ ଆଧାର ଚ୍ୟାଲେଞ୍ଜକୁ ନେଇ ଟ୍ୱିଟର ଯୁଦ୍ଧ ! ଆର.ଏସ. ଶର୍ମାଙ୍କ ବ୍ୟାଙ୍କ ଆକାଉଂଟରେ ୧ ଟଙ୍କା ଜମାକଲେ ଏଥିକାଲ ହ୍ୟାକର ।

Advertisment

କନକ ବ୍ୟୁରୋ : ନିଜର ଆଧାର ନମ୍ବର ସର୍ବସାଧାରଣ କରି ଅଡୁଆରେ ପଡିଲେ ଟ୍ରାଇ ଅଧ୍ୟକ୍ଷ । ୧୨ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ସାର୍ବଜନୀନ କରି ହ୍ୟାକରଙ୍କୁ ହ୍ୟାକ କରିବା ପାଇଁ ଆହ୍ୱାନ ଦେଇଥିଲେ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ ଆର ଏସ ଶର୍ମା । କିଛି ହ୍ୟାକର ଏହି ଆଧାର ନମ୍ବରକୁ ବ୍ୟବହାର କରି ତାଙ୍କର କିଛି ବ୍ୟକ୍ତିଗତ ଡାଟା ସର୍ବସାଧାରଣରେ ପ୍ରକାଶ କରିଥିଲେ । ଆଜି ଆଉ କିଛି ହ୍ୟାକର ଏକ ପାଦ ଆଗେଇ ଯାଇ ତାଙ୍କର ଆଧାର ନମ୍ବରରୁ ପେମେଂଟ ଆପ୍ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଂଟରେ ଏକ ଟଙ୍କା ଜମା କରିଥିବା ଦାବି କରି ରସିଦକୁ ଟ୍ୱିଟ୍ କରିଛନ୍ତି । ସେପଟେ ଆର.ଏସ ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି ଆଧାର କର୍ତ୍ତୃପକ୍ଷ ।

ଆନିଭର ନାମକ ଜଣେ ବ୍ୟକ୍ତି ଟ୍ରାଇ ଅଧ୍ୟକ୍ଷ ଆର.ଏସ. ଶର୍ମାଙ୍କ ଆଧାର ତଥ୍ୟ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଂଟରେ ୧ଟଙ୍କା ଜମା କରିଛନ୍ତି । ଆଉ ଲେଖିଛନ୍ତି- ‘ଭୀମ ଆପ ଜରିଆରେ ମୁଁ ଆର.ଏସ. ଶର୍ମାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ଟଙ୍କା ଦାନ ଦେଲି । ଏବଂ ବ୍ୟବହାରକାରୀଙ୍କ ଗୋପନୀୟତାର ସୁରକ୍ଷା ପାଇଁ ସରକାର ଅଧିକ ଜ୍ଞାନକୌଶଳ ଲଗାଇବାକୁ ମୋର ଅନୁରୋଧ ।’

publive-image

ଭାରତୀୟ ଟେଲିକମ ନିୟାମକ ଆୟୋଗର ଅଧ୍ୟକ୍ଷ ଆର.ଏସ. ଶର୍ମା ସୋସିଆଲ ମିଡିଆରେ ନିଜର ୧୨ ଟିକିଆ ଆଧାର ନମ୍ବରକୁ ସାର୍ବଜନିନ କରିବା ସହିତ ତାଙ୍କ ବାବଦରେ ତଥ୍ୟ ହାସଲ ପାଇଁ ଚ୍ୟାଲେଞ୍ଜ ଦେଇଥିଲେ । ଏହାପରେ ଏଥିକାଲ ହ୍ୟାକରମାନେ ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଂଟ ଓ ଆଇଏଫଏସସି କୋର୍ଡକୁ ସୋସିଆଲ ମିଡିଆରେ ସାର୍ବଜନିନ କରିଛନ୍ତି । ଟ୍ରାଇ ଅଧ୍ୟକ୍ଷଙ୍କର- ପିଏନବି, ବ୍ୟାଙ୍କ ଅଫ ଇଣ୍ଡିଆ, ଏସବିଆଇ, କୋଟାକ ମହିନ୍ଦ୍ରା ଓ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଂଟ ଥିବା ଦାବି କରିଛନ୍ତି । ଏହାଛଡା ତାଙ୍କର ଏକ ଡି-ମାଟ ଆକାଉଂଟ, ଗତ ତିନିବର୍ଷର ପେମେଂଟ ରେକର୍ଡ, ଏସବିଆଇ ଆକାଉଂଟ ଜରିଆରେ ଏକ ୱେବସାଇଟର ସବସ୍କ୍ରିପସନ ଏବଂ ଆଧାର କାର୍ଡ ବ୍ୟବହାର କରି ଏକ ଅର୍ଗାନିକ ପ୍ରଡକ୍ଟ ବିକ୍ରି କରିଥିବା ନେଇ ତଥ୍ୟ ମଧ୍ୟ ଦେଇଛନ୍ତି ।

ଆଧାର ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରିଆସୁଥିବା ଟ୍ରାଇ ଅଧ୍ୟକ୍ଷ ଆର.ଏସ. ଶର୍ମା ସୋସିଆଲ ମିଡିଆରେ ଏଭଳି ଚ୍ୟାଲେଞ୍ଜ ଦେବାର କିଛି ଘଂଟା ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଠିକଣା, ଜନ୍ମ ତାରିଖ, ପାନ ନମ୍ବର, ଭୋଟର ଆଇଡି ନମ୍ବର, ଟେଲିକମ୍ ଅପରେଟର, ଫୋନର ମଡେଲ ଏବଂ ଅଲଟରନେଟ ମୋବାଇଲ ନମ୍ବର ପରି ବ୍ୟକ୍ତିଗତ ତଥ୍ୟ ହାସଲ କରି ସୋସିଆଲ ମିଡିଆରେ ସାର୍ବଜନିନ କରିଥିଲେ । ଏହାପରେ ବି ଆର.ଏସ. ଶର୍ମା ମାନିବାକୁ ନାରାଜ ଯେ, ଆଧାର ନମ୍ବର ଜରିଆରେ ହ୍ୟାକରମାନେ ତାଙ୍କ ବାବଦରେ ଏସବୁ ତଥ୍ୟ ହାସଲ କରିଛନ୍ତି ।

ସବୁଠାରୁ ବଡକଥା ହେଉଛି ଆର.ଏସ. ଶର୍ମାଙ୍କ ଏହି ଚ୍ୟାଲେଞ୍ଜ, ଆଧାର ବ୍ୟବହାରକାରୀଙ୍କ ତଥ୍ୟର ଗୋପନୀୟତା ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇଛି । ଏବଂ ଆଧାର ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜ ନିଜ ଯୁକ୍ତି ଟ୍ୱିଟର ଜରିଆରେ ରଖୁଛନ୍ତି । ହେଲେ ଆଧାର ପରିଚାଳନା କର୍ତୃପକ୍ଷ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ସାର୍ବଜନୀନ କରାଯାଇଥିବା ଆର.ଏସ ଶର୍ମାଙ୍କ ଡାଟା ଆଧାର ନମ୍ବରରୁ ସଂଗ୍ରହ କରାଯାଇ ନାହିଁ  । ଆଧାର ସର୍ଭର ସଂପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe