ପାଣି ପାଟିରେ ପଶିଗଲା ଘର, ଅକାତ କାତ ଜଳରେ ବୁଡିଗଲା ସାଇତା ସମ୍ପତ୍ତି । ବନ୍ୟାର ଭୟଙ୍କର ଆଁରୁ ବର୍ତ୍ତିବାକୁ ଜୀବନ ନେଇ ଦୌଡିବା ପରେ ବେସାହାରା ବିପନ୍ନଙ୍କୁ ସାହାରା ଦେଲା ପୋଲ । ପାଲ ତଳେ ମୁଣ୍ଡ ଗୁଞ୍ଜିଛି ୫ଟି ଜୀବନ । ରାଜନଗରରୁ ଆସିଲା ବନ୍ୟା ପରର ବିକଳ ଦୃଶ୍ୟ...

Advertisment
ପାଣି ପାଟିରେ ପଶିଗଲା ଘର, ଅକାତ କାତ ଜଳରେ ବୁଡିଗଲା ସାଇତା ସମ୍ପତ୍ତି । ବନ୍ୟାର ଭୟଙ୍କର ଆଁରୁ ବର୍ତ୍ତିବାକୁ ଜୀବନ ନେଇ ଦୌଡିବା ପରେ ବେସାହାରା ବିପନ୍ନଙ୍କୁ ସାହାରା ଦେଲା ପୋଲ । ପାଲ ତଳେ ମୁଣ୍ଡ ଗୁଞ୍ଜିଛି ୫ଟି ଜୀବନ । ରାଜନଗରରୁ ଆସିଲା ବନ୍ୟା ପରର ବିକଳ ଦୃଶ୍ୟ...

କନକ ବ୍ୟୁରୋ: ପୋଲ ଉପରେ ମଣିଷ, ପାଲ ତଳେ ଜୀବନ । ପାଣି ପାଟିରୁ ବର୍ତ୍ତିଯିବା ପରେ ପୋଲ ପାଲଟିଛି ସବୁକିଛି । ଆଉ ବେସାହାରା ବନ୍ୟା ବିପନ୍ନଙ୍କୁ ସାହାରା ଦେଇଛି ଏ ପାଲ-ପୋଲ । ଭୟଙ୍କର ବନ୍ୟା ଯେତେବେଳେ ସବୁକିଛି ଉଜାଡି ଦେଲା, ଅକାତ କାତ ପାଣିରେ ଘରଦ୍ୱାର, ଜମିବାଡି ବୁଡିଗଲା ଆଉ ସୁସୁ ଗର୍ଜନ କରି ମାଡି ଆସିଥିବା ବଢି ପାଣି ପାଟିରେ ସବୁ ସ୍ୱପ୍ନ ପଶିଗଲା ଠିକ୍ ସେତିକି ବେଳେ ଜୀବନ ନେଇ ଦୌଡିଥିଲେ ବନ୍ୟା ବିପନ୍ନ । ଆଉ ତାପରେ ପୋଲ ପାଲଟିଥିଲା ଆଶ୍ରୟସ୍ଥଳୀ ।

ଲଗାଣ ବର୍ଷା ପରେ ବନ୍ୟା କବଜାରେ ଅଛି କେନ୍ଦ୍ରାପଡା । ବନ୍ୟା ପାଇଁ ଚାରିଆଡେ ପାଣି ପଶିଥିବାରୁ କଲବଲ ହେଉଛନ୍ତି ଲୋକେ । ପାଣି କମିଥିଲେ ହେଁ, ଦୁର୍ଦ୍ଦଶା କିନ୍ତୁ ବଢି ବଢି ଚାଲିଛି । ଖାଇବା ପିଇବାକୁ ଲୋକେ ହଇରାଣ ହେଉଥିବା ବେଳେ ଜୀବନ ବଞ୍ଚିବାକୁ ଏହି ପୋଲକୁ ଭରସା କରିଛନ୍ତି ରାଜନଗର ବ୍ଲକ ଚନ୍ଦନପୁର ଗାଁର ବଟକୃଷ୍ଣ ସେଠୀଙ୍କ ପରିବାର ।

ସେପଟେ ବଢି ପାଣିରେ ଘର ଭାଙ୍ଗିଯିବା ପରେ ଦୀର୍ଘ ୫ ଦିନ ହେବ ପିଲା ଛୁଆ, ସ୍ତ୍ରୀଙ୍କ ସହ ୫ ଜଣ ଏହି ପୋଲ ଉପରେ ଜୀବନ ବିତାଉଛନ୍ତି । ଏମିତିକି ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ଭୋଗିବା ପରେ ଏହି ପୋଲ ଉପରୁ ହିଁ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ବନ୍ୟାରେ ତଳିତଳାନ୍ତ ହେବା ପରେ ଭୋକ ଉପାସରେ ରହୁଥିଲେ ବି ପ୍ରଶାସନର ଦେଖା ଦର୍ଶନ ମିଳୁନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe