ନିର୍ଦ୍ଦୟୀ ତାଲିବାନ । ୪ ଜଣଙ୍କୁ ମାରି ଛକ ମଝିରେ ଝୁଲାଇଦେଲା । 

353

କନକ ବ୍ୟୁରୋ : ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇ ଉଠିଛି । ଆଫଗାନିସ୍ତାନରେ ସରିଆ ଆଇନ ଅନୁଯାୟୀ ଲୋକଙ୍କୁ କଠୋର ଦଣ୍ଡ ଦେଉଛି ତାଲିବାନ । ଆଉ ଏହାର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି । ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମାରି ସର୍ବସାଧାରଣ ସ୍ଥାନରେ କ୍ରେନରେ ଝୁଲାଇ ଦେଇଛି ତାଲିବାନ । ଆଉ ଏହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଆଫଗାନିସ୍ତାନର ଜଣେ ସାମ୍ବାଦିକ ଏହି ଭିଡ଼ିଓ ସେୟାର କରିବା ସହ ଲେଖିଛନ୍ତି, ତାଲିବାନ ଏବେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେବା ଆରମ୍ଭ କରିଛି ।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଲୋକଙ୍କୁ ଉପରେ ଅତ୍ୟାଚାର ଆରମ୍ଭ କରିଛି । ଏପରିକି ତାଲିବାନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ମାରି ସେମାନଙ୍କ ମୃତଦେହକୁ ସହରର ଛକ ମଝିରେ ଝୁଲାଇ ଦେଉଛି । ତେବେ ତାଲିବାନ ପକ୍ଷରୁ କୁହାଯାଇଛି,  ମୃତକ ୪ ଜଣ ଅପହରଣ କରିଥିଲେ । ଯାହାଙ୍କୁ ପୋଲିସ ମାରିବା ପରେ ଏମାନଙ୍କ ମୃତଦେହକୁ ତାଲିବାନ ଛକ ମଝିରେ ଝୁଲାଇବାକୁ ଆଣିଥିଲା । ଏହାପୂର୍ବରୁ ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ, ତାଲିବାନ ଶାସନରେ ବିଭିନ୍ନ ଅପରାଧ ପାଇଁ ଅପରାଧୀଙ୍କ ହାତ କାଟିବା ଓ ଫାଶୀ ଦଣ୍ଡ ଦେବା ବନ୍ଦ ହେବ ନାହିଁ ।

କେବଳ ଏତିକିରେ ସରିନି ଆଫଗାନବାସୀଙ୍କ ଦୁର୍ଦ୍ଦଶା । ଗୋଟିଏ ପଟେ ତାଲିବାନର କ୍ରୁର ଶାସନ ଓ ଅନ୍ୟପଟେ ରୋଜଗାରର ପନ୍ଥା ପୂରା ବନ୍ଦ । ଏଭଳିସ୍ଥଳେ ସାଧାରଣ ଲୋକଙ୍କ ଅବସ୍ଥ୍ା ଅତି ସଙ୍ଗୀନ ହୋଇପଡିଛି । କାମ ଧନ୍ଦା ବନ୍ଦ ଯୋଗୁଁ ଏବେ ଲୋକେ ଦି ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳିସ୍ଥ୍ିତିରେ ଗରିବ ଲୋକ ନିଜ ପିଲାଙ୍କୁ ବିକିବାକୁ ପଛାଉନାହାନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।