ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୁଣ ଦୃଶ୍ୟ । ଆଇସୋଲେସନ ୱାର୍ଡ ଆଗରେ ବାରଣ୍ଡାରେ ଶୋଇ ଅକ୍ସିଜେନ ନେଉଛନ୍ତି ରୋଗୀ ।

265

କନକ ବ୍ୟୁରୋ: ବ୍ରହ୍ମପୁର ବଡ ମେଡିକାଲରେ ଆଇସୋଲେସନ ୱାର୍ଡରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିଛନ୍ତି ରୋଗୀ । ଗୁରୁତର ବୋଲି ଅକ୍ସିଜେନ ବି ଦିଆଯାଉଛି, ତେଣୁ ଜୀବନ ବିକଳରେ ମେଡିକାଲ ବାରଣ୍ଡାରେ ପଡିଛି । ଅକ୍ସିଜେନ୍ ସିଲିଣ୍ଡର ସହ ମେଡ଼ିକାଲ ବାରଣ୍ଡାରେ ପଡ଼ିଥିବା ଏହି ଦୃଶ୍ୟ ବୟାନ କରୁଛି ରୋଗୀ କେତେ ଅସହାୟ ହୋଇପଡିଛି ।

ସୂଚନା ଅନୁସାରେ ରୋଗୀଙ୍କ କରୋନା ରିପୋର୍ଟ ଆସି ନଥିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇ ନାହିଁ । ସେହିପରି ୪୦ ବେଡ ବିଶିଷ୍ଟ ଆଇସୋଲେସନ ୱାର୍ଡରେ ବେଡ ନଥିବାରୁ ରୋଗୀ ବାରଣ୍ଡାରେ ଏଭଳି ଅବସ୍ଥାରେ ପଡିଛନ୍ତି ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ୧୫୪ ଶଯ୍ୟା ରହିଥିଲା । ଏଥିରେ ୨୪ଟି ଆଇସିୟୁ ରହିଥିଲା । କିନ୍ତୁ ସେଠାରେ ସମସ୍ତ ବେଡ ପୂରଣ ହୋଇଯାଇଛି । ସୋମବାର ବ୍ରହ୍ମପୁର ବଡ ମେଡିକାଲରେ ୩ଶହ ଶଯ୍ୟା ବିଶିଷ୍ଠ ଦ୍ୱିତୀୟ କୋଭିଡ଼-୧୯ ଚିକିତ୍ସାଳୟ ଉଦଘାଟିତ ହୋଇଛି କିନ୍ତୁ କାର୍ଯ୍ୟକ୍ଷମ ହୋଇନାହିଁ ।