କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇରେ ଦୁର୍ଘଟଣା ପରେ ଜାଳି ଦେଲେ ବସ୍ । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ବସ୍ କୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକ । ମାର୍ଶାଘାଇ ଥାନା ୫ ନଂବର କ ଜାତୀୟ ରାଜପଥର ହଳଦିଆ ଗଡା ଛକ ରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ବସ୍ ଟି କୋଲକାତାରୁ ଫେରୁଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକର ମୃତ୍ୟୁ ହୋଇଥିଲା । ମୃତକ ହଳଦିଆ ଗାଁର ବିକାଶ ନାୟକ ବୋଲି ଜଣାପଡିଛି ।/kanak/media/post_attachments/wp-content/uploads/2020/09/vlcsnap-2020-09-02-09h32m46s091-300x165.png)
ଏହି ଦୁର୍ଘଟଣା ଘଟିିବା ପରେ ପରେ ଉତ୍ୟକ୍ତ ହୋଇ ଉଠିଥିଲେ ସ୍ଥାନୀୟ ଲୋକେ । ବସ୍ ରେ ନିଆଁ ଲଗାଇ ଦେଇଥିଲେ । ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାସ୍ତା ଉପରେ ଏକାଠି ହୋଇ ଲୋକେ ପ୍ରତିବାଦ କରୁଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/12-2.jpg)