ଝାଡଖଣ୍ଡରେ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ହେବାରୁ ୧୬ ମୃତ, ୨୬ ଆହତ
କନକ ବ୍ୟୁରୋ: ଝାଡଖଣ୍ଡ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁଘଟଣା । ସାମ୍ନାରୁ ଆସୁଥିବା ଏକ ସିଲିଣ୍ଡର ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ ମୁହାଁ ମୁହିଁ ହୋଇଛି । ଫଳରେ ଘଟଣା ସ୍ଥଳରେ ହିଁ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କୁହୁଡିଆ ପାଗ ହିଁ ଅଘଟଣର ମୁଖ୍ୟ କାରଣ ବୋଲି କୁହାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବୁଧବାର, ସମୟ ପ୍ରାୟ ସକାଳ ୮.୩୦ ସମୟରେ ଝାଡଖଣ୍ଡ ପକୁର ଜିଲ୍ଲା ଗୋବିନ୍ଦପୁର ସହିବଙ୍ଗଜ ରାସ୍ତା ନିକଟରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଯାତ୍ରୀବାହୀ ବସକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ୧୬ଜଣ ଯାତ୍ରୀ । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ସାମ୍ନାରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ପାଗ କୁହୁଡିଆ ଥିବାରୁ ଆଗକୁ କିଛି ସ୍ପଷ୍ଟ ଦେଖା ଯାଉନଥିଲା । ଫଳରେ ସାମ୍ନାରୁ ଆସୁଥିବା ଟ୍ରକ ସହ ଯାତ୍ରୀବାହୀ ବସ ମୁହାଁ ମୁହି ହୋଇଥିଲା । ଘଟଣାରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୬ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
କୁହୁଡି କାରଣରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖରାପ ପାଗ, କୁହୁଡି ପାଇଁ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ତେବେ ଦୁର୍ଘଟଣାରେ ବସ୍ କି ଟ୍ରକର ତେଲଟାଙ୍କି ଫାଟି ନାହିଁ । ନହେଲେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଁଚି ତୁରନ୍ତ ଉଦ୍ଧାର କାମରେ ନିୟୋଜିତ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ ଆହତଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।