କନକ ବ୍ୟୁରୋ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପୋଲିସର କହିବା ମୁତାବକ, ଶନିବାର ପାଖାପାଖି ରାତି ୧୧ଟା ସମୟରେ ଧର୍ମସ୍ଥଳ, ସୁବ୍ରମଣ୍ୟା, ହସନ୍ମା ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ ଅଟୋକୁ ଏକାବେଳକେ ଯାତ୍ରୀବାହୀ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୧୦ଜଣ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Karnataka.webp)