କଟକ ଟାଙ୍ଗୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍ ; ଟ୍ରକ୍ କ୍ୟାବିନ୍ ଭିତରେ ଚାପି ହୋଇଗଲେ ଡ୍ରାଇଭର

235

କନକ ବ୍ୟୁରୋ : କଟକ ଟାଙ୍ଗୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୬ ଜାତୀୟ ରାଜପଥର ବଇଂଛୁଆ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଫଳରେ ଟ୍ରକର ଡ୍ରାଇଭର ଟ୍ରକ୍ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିଲେ । ଦୁର୍ଘଟଣା ସମ୍ପର୍କରେ ଦମକଳ ବାହିନୀ ଖବର ପାଇ କ୍ୟାବିନ୍ ଭିତରୁ ଡ୍ରାଇଭରଙ୍କୁ ବାହାର କରିଛି ।

ତେବେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟାଙ୍ଗୀ ପୁଲିସ୍ ଡ୍ରାଇଭରଙ୍କ ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି । ପୁଲିସ୍ ଦୁଇଟି ଯାକ ଟ୍ରକ୍କୁ ଜବ୍ କରିଛି । ମୃତ ଡ୍ରାଇଭରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।