କନକ ବ୍ୟୁରୋ : ବୌଦ୍ଧ କିଆକଟା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛିଡା ହୋଇଥିବା ଇନୋଭା ଗାଡିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀ ଘଟଣା ସ୍ଥଳରେ ମୃତ । ୩୦ ଜଣ ଯାତ୍ରୀ ଆହତ । ୬ ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।
୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ଟି ବୁର୍ଲାରୁ ବ୍ରହ୍ମପୁର ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡିକୁ ଧକ୍କା ଦେବା ପରେ ବସ୍ ଟି ରାଜପଥରେ ଓଲଟି ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/5-1.jpg)