କନକ ବ୍ୟୁରୋ: କେନ୍ଦ୍ରାପଡା ଓସ୍ତପୁରଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ନାରାୟଣପୁରରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲା ବୋଲେରୋ । ଗୁରୁତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଯାଏଁ ମୃତକଙ୍କ ପରିଚୟ ଜଣାପଡିନାହିଁ ।