କନକ ବ୍ୟୁରୋ: ଟ୍ରେନ ଟ୍ରାକରେ ବସ । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେବା ପରେ ଟ୍ରାକରେ ଖସି ପଡିଛି ଯାତ୍ରିବାହୀ ବସ୍ । ରାଜସ୍ଥାନର ଦଉସାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି ।
ଘଟଣାସ୍ଥଳରେ ଦଉସାର ଏସଡିଏମ୍ ଏବଂ ଅନ୍ୟ ଅଧିକାରୀ ଆସି ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁସାରେ ବସରେ ୩୦ ଯାତ୍ରୀ ଥିଲେ । ଏସଡିଏମ୍ କହିଛନ୍ତି, ଦୁର୍ଘଟଣା ପରେ ମୋଟ୍ ୨୮ ଜଣଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଯେଉଁଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/1-14.jpg)