କନକ ବ୍ୟୁରୋ: ପାକିସ୍ତାନ ଜମସୌର ଅଞ୍ଚଳରେ ଏକ ବସରେ ନିଆଁ ଲାଗିବାରୁ ୧୨ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକାରୀ ଓ ଉଦ୍ଧାରକାରୀ ଦଳ ଗୁରୁବାର ଏହି ସୂଚନା ଦେଇଛନ୍ତି । ଏମାନେ ବନ୍ୟା ଶିବିରରୁ ଘରକୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।
ବର୍ତ୍ତମାନେ ଦେଶରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଲୋକେ ନିଜ ନିଜ ଘରକୁ ଫେରୁଛନ୍ତି । ବସରେ କିଛି ପରିବାର ନିଜ ଭିଟାମାଟିକୁ ଫେରୁଥିଲେ । ଏହି ସମୟରେ ବସର ଏୟାର କଣ୍ଡିସନରରୁ ନିଆଁ ବାହାରିଥିଲା । ଚାହୁଁ ଚାହୁଁ ନିଆଁ ସାରା ବସରେ ବ୍ୟାପୀଯାଇଥିଲା ।
କରାଚି ଓ ସିନ୍ଧ ପ୍ରଦେଶର ଜାମସୌର ସହରକୁ ସଂଯୋଗ କରୁଥିବା ଏମ-୯ ମୋଟରୱେରେ ଏହି ଘଟଣା ଘଟିଥିବା ଜଣାପଡିଛି । ପାକିସ୍ତାନ ସଂସଦୀୟ ସଚିବ ସିରାଜ କାମସିମ କହିଛନ୍ତି ଯେ, ଉଦ୍ଧାକାରୀଙ୍କ ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି । ଗୁରୁତରଙ୍କୁ ହସ୍ପିଟାଲ ପଠାଯାଇଛି । ତେବେ ବସରେ ମୋଟ ୩୫ ଜଣ ଯାତ୍ରା କରୁଥିଲେ । ସେମାନେ ଦାଦୁ ଜିଲ୍ଲାରେ ଥିବା ନିଜ ନିଜ ଘରକୁ ଫେରୁଥିଲେ । ଏଥିପାଇଁ ତାଙ୍କୁ ଘରୋଇ ବସଯୋଗେ ଅଣାଯାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/9-9.jpg)