କନକ ବ୍ୟୁରୋ: କୋଇଡା ଥାନା ରେଙ୍ଗାଲବେଡା ଜାତୀୟ ରାଜପଥ ଠାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ବାହାଘର ଭୋଜିରୁ ଫେରୁଥିବାବେଳେ ହାଇୱାରେ ପିଟିହେଲା ସ୍କୋର୍ପିଓ । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ସୂଚନାଯାୟୀ, ଗତକାଲି ସନ୍ଧ୍ୟାରେ ପୂର୍ବତନ କୋଇଡା ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଓ ତାଙ୍କ ପରିବାର ଏକ ବିବାହ ବାହାଘର ପାଇଁ କେନ୍ଦୁଝର ସରାସକୁ ଯାଇ ବିଳମ୍ବ ରାତ୍ରିରେ ଫେରୁଥିଲେ ହେଲେ କୋଇଡାରୁ ପାଞ୍ଚ କିଲୋମିଟର ପୂର୍ବରୁ ରେଙ୍ଗାଲବେଡା ଜାତୀୟ ରାଜପଥ ଠାରେ ସ୍କର୍ପିଓ ଏକ ହାଇୱା ପଛ ପଟେ ଜୋର୍ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଶିଶୁ ଭାଇ ଓ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ଶିଶୁଙ୍କ ମାଆ ଶାନ୍ତିଲତା ଓ ପୁର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଗୁରୁତର ଅବସ୍ଥାରେ କୋଇଡା ମେଡିକାଲରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।