ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ହୋଇଗଲା ବିଦ୍ୟୁତ୍ ସରବରାହ, ୩ ଶିଶୁ ସମେତ ୫ ମୃତ

100

କନକ ବ୍ୟୁରୋ : ଦିଲ୍ଲୀ ଉତ୍ତରପ୍ରଦେଶ ସୀମା ଗାଜିଆବାଦରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବର୍ଷା ପ୍ରବଳ ହେଉଥିବା ବେଳେ ଏକ ଦୋକାନର ଇଲେକ୍ଟ୍ରିତାର ସର୍ଟ ସର୍କିଟ ହୋଇଯିବାରୁ ରାସ୍ତାପାଣିରେ ବିଦ୍ୟୁତ ସରବରାହ ଆରମ୍ଭ ହୋଇଯାଇଥିଲା । ଏଥିରେ ୩ ଜଣ ଶିଶୁଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ରାକେଶ ମାର୍ଗ ସ୍ଥିତ ସିଂହ ପ୍ୟାଲେସ ନିକଟରେ ଘଟିଛି । କହିରଖୁ କି ୨ ଦିନ ଧରି ଲଗାଣ ବର୍ଷା ଫଳରେ ରାସ୍ତା ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏହି କ୍ରମରେ ଆଜି ସିଂହ ପ୍ୟାଲେସ ନିକଟରେ ଥିବା ଏକ ଦୋକାନରୁ ଇଲେକ୍ଟ୍ରି ସର୍ଟ ସର୍କିଟ ହୋଇ ରାସ୍ତାରେ ଥିବା ପାଣିରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ସେହି ନିକଟରେ ଖେଳୁଥିବା କିଛି ପିଲାଙ୍କ ମଧ୍ୟରୁ ୩ ଜଣ ଏହି ବିଦ୍ୟୁତ ସରବାରହ ହେଉଥିବା ପାଣି ନିକଟକୁ ଆସିଯାଇଥିଲେ ଓ ସେମାନଙ୍କୁ ବଞ୍ଚାଇବାକୁ ୨ ଜଣ ଲୋକ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇ ମୃତ୍ୟୁବରଣ କରିଛନ୍ତି ।

ଏହାପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ବିଦ୍ୟୁତ ବିଭାଗକୁ ସଂପର୍କ କରିଥିଲା । ସୂଚନା ପାଇଁ ବିଦ୍ୟୁତ ବିଭାଗ ଲାଇନ କାଟି ଦେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଯେଉଁ ଦୋକାନରେ ସର୍ଟ ସର୍କିଟ ହୋଇଥିଲା ସେହି ଦୋକାନୀ ଏହା ପୂର୍ବରୁ ସବୁ ଜାଣି ବି କିଛି ପଦକ୍ଷେପ ନେଇ ନଥିଲେ । ଫଳରେ ଅଜାଣତରେ ୫ ଜଣ ଲୋକଙ୍କ ଜୀବନ ଚାଲିଗଲା ।