କନକ ବ୍ୟୁରୋ: ବୌଦ୍ଧରେ ମର୍ମନ୍ତୁଦ ବସ ଦୁର୍ଘଟଣା। ସୁନାଖାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ। ବୌଦ୍ଧ ଥାନା ବାମଣ୍ଡା ସୁନା ଖାଇ ପୋଲ ତଳକୁ ବସଟି ଖସି ପଡିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଗୁରୁତର ମାନଙ୍କୁ ବୌଦ୍ଧ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Advertisment

ବସଟି ଭୁବନେଶ୍ଵର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଯାତ୍ରୀ ରହିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନି ପହଂଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି । କିଛି ଗୁରୁତରଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଛି। ତେବେ ଗାଡି ଚାଳକ ମଦ୍ୟପାନ କରିବା ସହ ଦ୍ରୁତ ଗତିରେ ଗାଡି ଚଳାଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବସ୍ ରେ ଥିବା ଯାତ୍ରୀ ମାନେ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଉଭୟ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।