କନକ ବ୍ୟୁରୋ : ଟ୍ରାଫିକ୍ ନିୟମ କଡ଼ାକଡ଼ି ପରେ ଧରପଗଡ଼ର ଅନେକ ଚିତ୍ର ଆସିଛି । କେଉଁଠି ଜରିମାନା ଆଦାୟ ହୋଇଛି, ତ ଆଉ କେଉଁଠି ଯୁକ୍ତତର୍କ ଦେଖିବାକୁ ମିିଳିଛି । ପ୍ରଥମ ଦିନରେ ରାଜ୍ୟ ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କଟିଛି ଟ୍ରାଫିକ୍ ପୁଲିସ୍ । କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଂଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ୍ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କଟିଛି ।

Advertisment

ମଦ୍ୟପାନ କରି ଗାଡ଼ି ଚଳେଇବା, ଲାଇସେନ୍ସ ନଥାଇ ଗାଡ଼ି ଚଳେଇବା, ବାଇକରେ ତିନି ଜଣ ଯିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇବା ଆଦି କାରଣରୁ ଏହି ସବୁ ଚାଲାଣ କଟିଥିବା ସୂଚନା ଦିଆଯାଇଛି । ବଡ଼ କଥା ହେଉଛି କେବଳ ଭୁବନେଶ୍ୱର ଆର୍ଟିଓ-ଟୁ ପକ୍ଷରୁ ଗୋଟିଏ ଦିନରେ ମୋଟ୍ ୨ ଲକ୍ଷ ୯୨ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଏଥିରେ ମୋଟ୍ ୧୦୫ ଜଣଙ୍କ ଚାଲାଣ କାଟିଛି ଭୁବନେଶ୍ୱର ଆର୍ଟିଓ-ଟୁ । ଘଟଣା ସ୍ଥଳରୁ ୭୯ ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କଟକରେ ୩ ଲକ୍ଷ ୫୧ ହଜାର ଟଙ୍କାର ଜୋରମାନା କରାଯାଇଛି ।