କନକ ବ୍ୟୁରୋ : ରାଜଧାନୀ ରାସ୍ତା ଉପରେ ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ରୋଡ୍ ରୋମିଓଙ୍କ ବିରୋଧରେ ଆକ୍ସନ ନେବାକୁ ଟ୍ରାଫିକ୍ ପୋଲିସର ଘନଘନ ଚେକିଂ । କିଛି ଯୁବକ ରାସ୍ତା ଉପରେ ଗୁଳି ଫୁଟିଲା ଭଳି ଶବ୍ଦ ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇଛି । ଏହି ଆଧାରରେ ୧୦୦ରୁ ଅଧିକ ବୁଲେଟ୍ ସିଜ୍ କରିଛି ଟ୍ରାଫିକ୍ ପୋଲିସ । ତେବେ ଆଗକୁ ଆଉ ଫାଇନ୍ ନୁହେଁ ବରଂ ଗାଡ଼ି ସବୁଯାକ କୋର୍ଟକୁ ପଠାଯିବ ବୋଲି କହିଛନ୍ତି ଟ୍ରାଫିକ୍ ପୋଲିସ ଏସିପି । ଏହାସହ ମୋଡି ଫାଏଡ୍ ସାଇଲେନ୍ସର ଲଗାଇଲେ, ରୋଡ୍ ରୋମିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।