image courtesy : NewsX
ନେହା ଜଙ୍ଗ୍ରା ନାମ୍ନୀ ଜଣେ ୨୧ ବର୍ଷୀୟ ଜାତୀୟସ୍ତରୀୟ କରାଟେ ଚାମ୍ପିଅନ ରୋହତକ ଠାରେ ଜଣେ ଟ୍ରାଫିକ ପୁଲିସଙ୍କୁ ଚଟକଣା ମାରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏକ ସେୟାର ଅଟୋରିକ୍ସାରେ ଯିବାବେଳେ ପୁଲିସ କର୍ମଚାରୀ ଜଣକ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଯୌନଉତ୍ପୀଡ଼ନ ମାମଲା ରୁଜୁ କରାଯାଇ ଟ୍ରାଫିକ ପୁଲିସଙ୍କୁ ଶୁକ୍ରବାର ଦିନ ହାଜତକୁ ନିଆଯାଇଛି।
ଝିଅଟି କରାଟେ ଏକାଡେମିରୁ ସନ୍ଧ୍ୟା ସାତଟା ବେଳେ ଏକ ଅଟୋରେ ଘରକୁ ଫେରୁଥିବା ସମୟରେ ୟାସିନ ନାମକ ପୁଲିସ କର୍ମଚାରୀ ମଧ୍ୟ ସେଥିରେ ବସିଥିଲେ। ବସିବା ପରେ ହିଁ ପୋଲିସ ବାବୁ ପାଖରେ ବସିଥିବା ଯୁବତୀକୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ନେହା କହିଛନ୍ତି ଯେ ଟ୍ରାଫିକ ପୁଲିସ ତାଙ୍କୁ ତାଙ୍କର ଫୋନ ନମ୍ବର ମାଗିଥିଲେ। ସେ ନମ୍ବର ଦେବାକୁ ମନା କଲାପରେ ପୁଲିସ କହିଥିଲେ କେବଳ ବନ୍ଧୁତା ପାଇଁ ସେ ନମ୍ବର ମାଗୁଛନ୍ତି। ଏଥିରେ ଝିଅଟି ଚିଡ଼ି ଯାଇ ପୁଲିସକୁ ଦୁଇ ଚଟକଣା ମାରି ଠେଲି ଦେଇଥିଲେ।
ତା’ପରେ ଅଟୋରିକ୍ସା ଚାଳକଙ୍କ ସହାୟତାରେ ଟ୍ରାଫିକ ପୁଲିସକୁ ଘୋଷାଡି ନେଇ ସେ ନିକଟସ୍ଥ ମହିଳା ଥାନାରେ ପହଞ୍ଚିଥିଲେ। ଘଟଣା ସ୍ଥଳରୁ ପୋଲିସ ଜଣକ ଖସିଯିବାକୁ ଉଦ୍ୟମ କରିି ସଫଳ ହୋଇପାରି ନଥିଲେ। କିନ୍ତୁ,ମହିଳା ଥାନା ଅଧିକାରୀ ମଧ୍ୟ ମାମଲାଟିକୁ ଆଉ ଆଗକୁ ନ ବଢ଼ାଇବାକୁ କହିଥିଲେ। ସେ ଯାହାହେଉ, ଶୁକ୍ରବାର ଅପରାହ୍ଣରେ ଟ୍ରାଫିକ ପୁଲିସଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୫୪ ଲାଗୁ କରାଯାଇ ମାମଲା ରୁଜୁ କରାଯାଇଛି।
Follow Us