କନକ ବ୍ୟୁରୋ: ଭୋଜପୁରୀ ଗୀତର ତାଳେ ତାଳେ ଯୁବତୀ ନୃତ୍ୟ କରୁଛନ୍ତି । ଏହି ଭଳି ଦୃଶ୍ୟ ସାମ୍ନାକୁ ଆସିଛି ଉତରପ୍ରଦେଶରୁ, ଆଉ ଦର୍ଶକଙ୍କୁ ଉତେଜକ ନୃତ୍ୟ କରି ମନୋରଂଜନ ଯୋଗାଉଥିବା ଯୁବତୀମାନେ କିନ୍ତୁ ବାହାର ରାଜ୍ୟର । ଚାକିରୀ ଓ ରୋଜଗାରର ଲୋଭରେ ୟୁପି ଆସି ଏଠାରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ଦଲାଲ ଫୁସୁଲାଇ ୟୁପି ଆଣିବା ପରେ ମଞ୍ଚରେ ନୃତ୍ୟ କିମ୍ବା ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଛି । ଆଉ ବିରୋଧ କଲେ ମିଳୁଛି ହତ୍ୟା ଧମକ । ଉତ୍ତରପ୍ରଦେଶରୁ କନ୍ଧମାଳର ଦୁଇ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ଏହି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ।
ଚାକିରୀର ପ୍ରଲୋଭନ ଦେଖାଇ କେମିତି ଦଲାଲ ସେମାନଙ୍କୁ ଫୁସୁଲାଇ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଗଲା । ସେଠାରେ ପହଞ୍ଚିବା ପରେ ଚାକିରୀ ବଦଳରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା । କନ୍ଧମାଳ ଦୁଇ ଯୁବତୀଙ୍କୁ ଉତ୍ତରପ୍ରଦେଶ ଚାଲାଣ କରାଯାଇଥିବା ଖବର ଶୁଣି ସମାଜସେବୀ ସୁଚିସ୍ମିତା ପୃଷ୍ଟି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ଏହାପରେ କମିସନରେଟ ପୁଲିସ ଖୋଳତାଡ କରି ୟୁପି ପୁଲିସ ସହାୟତାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି ।
କନ୍ଧମାଳର ଦୁଇ ଯୁବତୀଙ୍କୁ କମିସନରେଟ ପୁଲିସ ଦଲାଲଙ୍କ କବଳରୁ ଉଦ୍ଧାର କରିଛି ସତ, ହେଲେ ଏବେ ବି ବହୁ ଝିଅ ଉତ୍ତର ପ୍ରଦେଶ, ବିହାର ଭଳି ରାଜ୍ୟରେ ଫସି, ନର୍କ ଯନ୍ତ୍ରଣା ଭୋଗୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/15-21.jpg)