ଆତ୍ମହତ୍ୟା କରିବାକୁ ନଦୀକୁ ଡେଉଁଥିଲେ ମହିଳା, ବଞ୍ଚାଇଦେଲେ ଟ୍ରାଫିକ ପୋଲିସ ; ସିସିଟିଭି ଫୁଟେଜରେ କଏଦ ପୁରା ଦୃଶ୍ୟ

ଆତ୍ମହତ୍ୟା କରିବାକୁ ନଦୀକୁ ଡେଉଁଥିଲେ ମହିଳା, ବଞ୍ଚାଇଦେଲେ ଟ୍ରାଫିକ ପୋଲିସ ; ସିସିଟିଭି ଫୁଟେଜରେ କଏଦ ପୁରା ଦୃଶ୍ୟ

କନକ ବ୍ୟୁରୋ: ମୁମ୍ବାଇ ଅଟଳ ସେତୁରୁ ଡେଇଁପଡ଼ୁଥିଲେ ମହିଳା, ସାହାସ ଦେଖାଇ ଓ ଉପସ୍ଥିତ ବୁଦ୍ଧି ଖଟାଇ ଚୁଟି ଧରି ଟାଣିରଖିଲେ କ୍ୟାବ ଡ୍ରାଇଭର। ତେବେ ତୁରନ୍ତ ପୋଲିସ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଅଟଳ ସେତୁ ଦେଇ ଯାଉଥିବା ବେଳେ ମୁମ୍ବାଇ ମୁଲୁଣ୍ଡ ଅଞ୍ଚଳର ମହିଳା ଜଣକ କ୍ୟାବ ଡ୍ରାଇଭରଙ୍କୁ ଗାଡ଼ି ରଖିବାକୁ କହିଥିଲେ। କ୍ୟାବ ଡ୍ରାଇଭର ଗାଡ଼ି ରଖିବା ପରେ ତୁରନ୍ତ ବ୍ରିଜ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମହିଳା। ଏତିକି ବେଳେ କ୍ୟାବ ଡ୍ରାଇଭର ଜଣକ ଦୌଡିଯାଇ ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଏବଂ ତାଙ୍କ ଚୁଟି ଟାଣି ଧରିଥିଲେ। ଏହି ସମୟରେ ସେଠାରେ ତୁରନ୍ତ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍‌ ପୁଲିସ୍‌ କର୍ମୀ ବି ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହାର ଭିଡିଓ ଅଟଳ ସେତୁରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏପରି ଛାତିଥରା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ଜଣେ ମହିଳା କାର୍‌ରେ ଅଟଳ ସେତୁ ଉପରେ ଯାଉଥିଲେ। ପାଣିକୁ କିଛି ଧାର୍ମିକ ଫଟୋ ଫୋପାଡ଼ିବା ପାଇଁ ସେ ବ୍ରିଜ ମଝିରେ କ୍ୟାବ୍‌ ଡ୍ରାଇଭର ସଞ୍ଜୟ ଯାଦବଙ୍କୁ ରହିବାକୁ କହିଥିଲେ। ଏନେଇ ଅଟଳ ସେତୁରେ ମୁତୟନ ଥିବା ଟ୍ରାଫିକ୍‌ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା। ଅଟଳ ସେତୁରେ ଏକ କାର୍‌ ଅଟକି ଥିବା ବେଳେ ଭିତରୁ ଜଣେ ମହିଳା ବାହାରି ରେଲିଂ ନିକଟକୁ ଯାଇଥିବା ସୂଚନା ମିଳିଥିଲା। ତୁରନ୍ତ ଟ୍ରାଫିକ୍‌ ପୁଲିସ୍‌ ଘଟଣାସ୍ଥଳ ଅଭିମୁଖେ ଯାଇ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe