କନକ ବ୍ୟୁରୋ: ଖଣ୍ଡଗିରି ଛକରେ ଟ୍ରାଫିକ ଜାମ । ଭିଡ ଭିତରେ ଫସିଲା ଆମ୍ବୁଲାନ୍ସ । ସାଇରନ୍ ମାରୁଥିଲେ ବି ଗହଳି ଭିତରୁ ବାହାରି ପାରୁନି, ବାଧ୍ୟ ହୋଇ ଅନ୍ୟ ଗାଡି ପଛେ ପଛେ ଗଲା ୧୦୮ ଆମ୍ବୁଲାନ୍ସ । ତେବେ ବଡ କଥା ହେଉଛି ଖଣ୍ଡଗିରି ଛକରେ ଦୀର୍ଘଦିନ ହେବ ଜାରି ରହିଛି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ।
ଗୋଟିଏ ପଟେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଟ୍ରାଫିକ ସମସ୍ୟା ଗୁରୁତର ହୋଇଛି । ଏପରିକି ଯଦି ଆପଣ ଏହି ରାସ୍ତା ଦେଇ ଯାଉଛନ୍ତି ତେବେ କେତେବେଳେ ଗନ୍ତବ୍ୟସ୍ଥଳରେ ପହଁଚିବେ ତାହା କହିବା ମୁସକିଲ ହୋଇପଡିଛି । ତେବେ କେବେ ସରିବ ନିର୍ମାଣ କାର୍ଯ୍ୟ ଆଉ ସୁଧୁରିବ ଟ୍ରାଫିକ ସମସ୍ୟା ତାକୁ ନେଇ ଚିନ୍ତାରେ ପଡିଛନ୍ତି ଏହି ବାଟ ଦେଇ ଯିବାଆସିବା କରୁଥିବା ଲୋକେ । ଏବେ ଖଣ୍ଡଗିରି ମେଳା ଚାଲିଥିବାରୁ ଏହି ସମସ୍ୟା ଆହୁରି ଗୁରୁତର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/AMBULANCE.jpg)
/kanak/media/post_attachments/wp-content/uploads/2020/02/chhaos-1.jpg)