କନକ ବ୍ୟୁରୋ: ଆଉ କୋହଳ ହେବନି ଟ୍ରାଫିକ ନିୟମ । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ । ସେପ୍ଟମ୍ବରରୁ ୩ ମାସ ଟ୍ରାଫିକ ନିୟମ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶର ଅବଧି ଶେଷ ହେବା ପରେ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ପୁଣି ଫେରୁଛି ଟ୍ରାଫିକ ନିୟମ । ଆସନ୍ତା ୧ରୁ ନିୟମ କଡ଼ାକଡ଼ି । ନୂଆ ଟ୍ରାଫିକ୍ ନିୟମ ଯେଉଁ ଭଳି ଢ଼ଙ୍ଗରେ ଲାଗୁ ହୋଇଥିଲା ଏବଂ ନିୟମ ଉଲଂଘନ କଲେ ଯେଉଁ ଭଳି ଜରିମାନା ଆଦାୟ ହେଉଥିଲା, ଠିକ୍ ସେହି ଢ଼ଙ୍ଗରେ ପୁଣି କଡ଼ାକଡ଼ି ଭାବରେ ଚାଲିବ ବ୍ୟବସ୍ଥା । ଅର୍ଥାତ୍ ରାସ୍ତା ଉପରେ ଚଳିବନି ଚାଳକଙ୍କ ମନମାନି । ହେଲମେଟ୍ ନ ପିନ୍ଧିଲେ ତଣ୍ଡ ଗଣିବେ ଚାଳକ । ମଦ ପିଇ ଗାଡି ଚଲାଇଲେ ଫାଇନ୍ ଦେବେ, ତାସହ ଜେଲ୍ ଦଣ୍ଡ ବି ହୋଇପାରେ । ଆସନ୍ତା ୧ରୁ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।
ସେପଟେ ଲୋକଙ୍କ ସୁବିଧା ଦୃଷ୍ଟିରୁ ନୂଆ ଟ୍ରାଫିକ୍ ନିୟମକୁ କୋହଳ କରିବା ସହ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ୩ ମାସର ସମୟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ନୂଆ ନିୟମ ଲାଗୁ ହେବାର ୨ ମାସ ମଧ୍ୟରେ ଅର୍ଥାତ୍ ନଭେମ୍ବର ୧ ତାରିଖ ସୁଦ୍ଧା ଜରିମାନା ବାବଦକୁ ଆଦାୟ ହୋଇଛି ୧ କୋଟି ୫ ଲକ୍ଷ ଟଙ୍କା । ତେବେ ବଡ କଥା ହେଉଛି ନୂଆ ମୋଟର ଯାନ ଆଇନ୍ ଆସିବା ପରେ କମିଛି ଦୁର୍ଘଟଣା ।
- ୨୦୧୮ ସେପ୍ଟେମ୍ବର ତୁଳନାରେ ୨୦୧୯ ସେପ୍ଟେମ୍ବରରେ କମିଛି ଦୁର୍ଘଟଣା ହାର
- ଗତବର୍ଷ ତୁଳନାରେ ଗୋଟିଏ ମାସରେ ରାଜ୍ୟରେ ପ୍ରାୟ ୧୭% ଦୁର୍ଘଟଣା କମିଛି
- ଗତବର୍ଷ ସେପ୍ଟେମ୍ବର ୮୪୪ଟି ସଡ଼କ ଦୁର୍ଘଟଣା ହୋଇଥିଲା
- ତେବେ ଚଳିତବର୍ଷ ସେପ୍ଟେମ୍ବରରେ ୭୦୨ଟି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-54-0000000.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h25m58s267-300x220.png)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h26m10s720-300x220.png)
/kanak/media/post_attachments/wp-content/uploads/2019/11/vlcsnap-2019-11-15-19h26m15s416-300x220.png)