କନକ ବ୍ୟୁରୋ : ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଆଖି ଆଗରେ ରଖି ଆଜି ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସର୍ବସାଧାରଣଙ୍କ ଲାଗି କିଛି କଟକଣା ଲାଗୁ କରିଛନ୍ତି। ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ର ଧାରା ୮) ଓ କମିସନରେଟ ପୁଲିସ, ଭୁବନେଶ୍ବର ଏବଂ କଟକ (ଟ୍ରାଫିକ ଓ ପବ୍ଲିକ ଅର୍ଡର ନିୟମନ ୨୦୦୮) ଧାରା ୩୬ ଅନୁସାରେ କଟକଣା ଲାଗୁ କରାଯାଇଛି।
– କୌଣସି ଯାନବାହାନ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ିଗୁଡ଼କ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ।
– ରଥ ରୋଡରେ ବାରିକ ସାହି ଗଳି, ମହାରାଣା ସାହି ଗଳି, ଗୋସାଗରେଶ୍ବର ଛକ ଗଳି, ଶୀତଳଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳି, ହରଚଣ୍ଡୀ ଛକ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ ସହିତ ସଂଯୋଗୀକରଣ କରାଯାଇଛି, ସେହି ରାସ୍ତା ଦେଇ ଅଥବା ଗଳିରୁ କୌଣସି ଯାନବାହାନ ରଥ ରୋଡରେ ଯିବା ଆସିବା କରିପାରିବେ ନାହିଁ।
– ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ।
ଏହି ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ର ଧାରା ୯୬ ଅନୁସାରେ ୫୦୦ଟଙ୍କା କିମ୍ଭା ସର୍ବାଧିକ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/rurkuna.jpg)