ତାତିରୁ ତ୍ରାହି ଦେବ ଏସି ହେଲମେଟ୍: ଏୟାର କୁଲିଙ୍ଗ ହେଲମେଟ୍ ପିନ୍ଧି ଖରାରେ ଡ୍ୟୁଟି କରିବେ ଟ୍ରାଫିକ ପୋଲିସ୍

121

କନକ ବ୍ୟୁରୋ: ତାତିରୁ ତ୍ରାହି ଦେବ ଏସି ହେଲମେଟ୍ । ଟ୍ରାଫିକ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଏଭଳି ଏୟାର କୁଲିଙ୍ଗ ହେଲମେଟ୍ । ଯାହାକୁ ପିନ୍ଧି ଖରାରେ ମଧ୍ୟ ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ ଟ୍ରାଫିକ କର୍ମଚାରୀ । ଆଜି ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହାର ପରୀକ୍ଷା କରାଯାଇଛି । ଏହା ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ । ଏହି ହେଲମେଟ ବ୍ୟାଟେରି ଦ୍ୱାରା ଚାର୍ଜ ହୋଇପାରିବ । ଥରେ ଚାର୍ଜ ହେଲେ ୮ ଘଂଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ପୂର୍ବରୁ ଗୁଜରାଟ ପୋଲିସ ଏଭଳି ହେଲମେଟ ବ୍ୟବହାର କରୁଛି ।