ଟ୍ରାଫିକ ପୋଲିସଙ୍କ ନିଆରା ଅନ୍ଦାଜ । ଦଲେର ମେହେନ୍ଦୀଙ୍କ ‘ବୋଲୋ ତାରାରାରା’ ଗୀତ ଗାଇଲେ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ କଲେ ।

Advertisment
ଟ୍ରାଫିକ ପୋଲିସଙ୍କ ନିଆରା ଅନ୍ଦାଜ । ଦଲେର ମେହେନ୍ଦୀଙ୍କ ‘ବୋଲୋ ତାରାରାରା’ ଗୀତ ଗାଇଲେ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ କଲେ ।

image courtesy -indianexpress.com

କନକ ବ୍ୟୁରୋ : ରାସ୍ତାରେ ସୁରକ୍ଷିତ ଭାବେ ଯାନବାହାନ ଯିବା ଆସିବା କରିବାକୁ ନେଇ ସରକାର ଟ୍ରାଫିକ ନିୟମ ବନାଇଛନ୍ତି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ । ସେପ୍ଟେମ୍ବର ୧ରେ ମୋଟରଯାନ ଆଇନରେ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହୋଇଥିଲେ ସତ, କିନ୍ତୁ ଏବେ ପୁଣି ପୂର୍ବଭଳି ଅବସ୍ଥା ଦେଖିବାକୁ ମିଳୁଛି । ଚଣ୍ଡିଗଡ଼ରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କରାଯାଉଥିବା ଦେଖି ଜଣେ ଟ୍ରାଫିକ ପୁଲିସ କରିଥିବା କାମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ରାଫିକ ପୁଲିସଜଣଙ୍କ ମାଇକ୍ରୋ ଫୋନ ଧରି ଗୀତ ଗାଇ ଗାଇ ଚାଳକଙ୍କୁ ସଚେତନ କରାଉଥିବା ଦେଖାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କ ଗୀତ ବୋଲୋ ତାରାରାରା ସ୍ୱରରେ ଟ୍ରାଫିକ ପୁଲିସ ଜଣଙ୍କ ଗୀତ ଗାଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି । ଭୁଲ ସ୍ଥାନରେ ଗାଡ଼ି ପାର୍କ ନ କରିବା ପାଇଁ ଗୀତ ଜରିଆରେ ଲୋକଙ୍କୁ ଟ୍ରାଫିକ ପୁଲିସଜଣଙ୍କ କହିବାକୁ ଚେଷ୍ଟା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe