ଜୋତା ଫୋପାଡିଲେ ପୋଲିସ୍ ବାବୁ ! ହେଲମେଟ୍ ନ ପିନ୍ଧି ରାସ୍ତାରେ ଯାଉଥିବା ଯୁବକଙ୍କ ଉପରକୁ ଜୋତା ଫୋପାଡିଲେ ଟ୍ରାଫିକ ପୋଲିସ୍ ।

64

ସମସ୍ତଙ୍କୁ ଜ୍ଞାତ ଅଛି ବାଇକ୍ କିମ୍ବା ସ୍କୁଟି ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ କିଛି ଲୋକ ନିଜର ମୂଲ୍ୟବାନ ଜୀବନକୁ ତୁଚ୍ଛ ମଣି ଦ୍ରୁତ ଗତିରେ ଯାତାୟତ କରୁଛନ୍ତି ସେ ବି ବିନା ହେଲମେଟରେ । ଲୋକଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ୍ ଅହରହ ଉଦ୍ୟମ ସୁରକ୍ଷା ନିୟମ ଦେଇଥାନ୍ତି । ବେଳେବେଳେ ଟ୍ରାଫିକ ପୋଲିସଙ୍କୁ ଜନତାଙ୍କ ଖାମଖିଆଲପଣ ଉପରେ ରାଗ ମଧ୍ୟ ଆସିଥାଏ । କିନ୍ତୁ ଲୋକ ବୁଝିବାରେ ନାରାଜ । ଏମିତି ଏକ ଖାମଖିଆଲିପଣ ଭିଡିଓ ସାମ୍ମାକୁ ଆସିଛି । ଭିଡିଓଟି ହେଉଛି ବାଙ୍ଗାଲୋରର । ଏହି ଭିଡିଓରେ ଦୁଇଜଣ ଟ୍ରାଫିକ ପୋଲିସ୍ ସଡକର ବାମ ପଟରେ ଠିଆ ହୋଇଥିବା ବେଳେ ବାଇକରେ ତିନି ଜଣ ଯୁବକ ସେହି ସ୍ଥାନରୁ ଯାଉଛନ୍ତି । ବିନା ହେଲମେଟରେ ତିନି ଯୁବକଙ୍କୁ ଦେଖି ପୋଲିସ୍ ବାକୁଙ୍କ ପାରା ଚଢିଯାଉଛି ଏବଂ ସେ ଗୋଡରୁ ଜୋତା କାଢି ଯୁବକଙ୍କ ଆଡକୁ ଫୋପାଡୁଛନ୍ତି । ଜୋତା ଜଣେ ଯୁବକଙ୍କ ଦେହରେ ବାଜୁଥିବା ଦୃଶ୍ୟ ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି ।