ମନ ଜିଣିନେଲେ ମନୋରଞ୍ଜନ ! ଗହଳିପୂର୍ଣ୍ଣ ରାସ୍ତାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ରାସ୍ତା ପାର କରାଇ ପ୍ରଶଂସାର ପାତ୍ର ପାଲଟିଲେ ଟ୍ରାଫିକ୍ ପୋଲିସବାବୁ,ଟ୍ୱିଟ୍ କରି ବାଃ ବାଃ କଲେ କମିଶନରେଟ୍ ପୋଲିସ୍ ।

227

ରାଜ୍ୟରେ ବଢୁଥିବା ତାପମାତ୍ରା କାରଣରୁ ଘରୁ ବାହାରିବା କାଠିକର ପାଠ ହୋଇଯାଉଛି । କିନ୍ତୁ ଏହି ଉଦୁଉଦିଆ ଖରାକୁ ମଧ୍ୟ ଖାତିର ନ କରି ସବୁବେଳେ ଜନତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି ସିଗନାଲ୍ ରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ପୋଲିସ୍ । ତେବେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଟ୍ରାଫିକ୍ ପୋଲିସ୍ ବାବୁଙ୍କର ମାନବିକତା ନଜର ଆସୁଛି ।

ଏହି ଭିଡିଓରେ କଟକରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ହାବିଲଦାର ମନୋରଞ୍ଜନ ପଣ୍ଡା କଟକ ୟୁପିଡି ରେଭେନ୍ସା କଲେଜ୍ ଛକ ପାଖରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଗହଳିପୂର୍ଣ୍ଣ ରାସ୍ତା ପାର୍ ହେବାରେ ସାହାଯ୍ୟ କରୁଥିବା ନଜର ଆସୁଛନ୍ତି । ଏତିକି ନୁହେଁ ସେ ବୟସ୍କ ବ୍ୟକ୍ତିଜଣଙ୍କୁ ଘରେ ପହଂଚାଇବା ପାଇଁ ରିକ୍ସା ଡାକୁଥିବା ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓ ଦେଖିଲା ପରେ ଟ୍ରାଫିକ୍ ପୋଲିସ୍ ବାବୁଙ୍କ ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Comments are closed.