ରାଜ୍ୟରେ ବଢୁଥିବା ତାପମାତ୍ରା କାରଣରୁ ଘରୁ ବାହାରିବା କାଠିକର ପାଠ ହୋଇଯାଉଛି । କିନ୍ତୁ ଏହି ଉଦୁଉଦିଆ ଖରାକୁ ମଧ୍ୟ ଖାତିର ନ କରି ସବୁବେଳେ ଜନତାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି ସିଗନାଲ୍ ରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ପୋଲିସ୍ । ତେବେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଟ୍ରାଫିକ୍ ପୋଲିସ୍ ବାବୁଙ୍କର ମାନବିକତା ନଜର ଆସୁଛି ।
We Care:
Traffic Hav. Manoranjan Panda of Cuttack UPD traffic wing at Revenshaw College square helping a senior citizen@odisha_police@DCP_CUTTACK@dcpbbsrpic.twitter.com/O06hWQ0N3K— COMMISSIONERATE POLICE (@cpbbsrctc) May 16, 2019
ଏହି ଭିଡିଓରେ କଟକରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ହାବିଲଦାର ମନୋରଞ୍ଜନ ପଣ୍ଡା କଟକ ୟୁପିଡି ରେଭେନ୍ସା କଲେଜ୍ ଛକ ପାଖରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଗହଳିପୂର୍ଣ୍ଣ ରାସ୍ତା ପାର୍ ହେବାରେ ସାହାଯ୍ୟ କରୁଥିବା ନଜର ଆସୁଛନ୍ତି । ଏତିକି ନୁହେଁ ସେ ବୟସ୍କ ବ୍ୟକ୍ତିଜଣଙ୍କୁ ଘରେ ପହଂଚାଇବା ପାଇଁ ରିକ୍ସା ଡାକୁଥିବା ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓ ଦେଖିଲା ପରେ ଟ୍ରାଫିକ୍ ପୋଲିସ୍ ବାବୁଙ୍କ ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Traffic.png)