ଅଜଣା ଗାଡି ଧକ୍କାରେ ଟ୍ରାଫିକ୍ କର୍ମଚାରୀଙ୍କ ମୃତ୍ୟୁ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁର୍ଘଟଣା । 

353

କନକ ବ୍ୟୁରୋ: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଟ୍ରାଫିକ କର୍ମଚାରୀ ମଧୁସୂଦନ କିର୍ସାରୀ ମୃତ୍ୟୁ ବରଣ କରିଛନ୍ତି । ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି ।

ଶନିବାର ରାତି ପ୍ରାୟ ୧୦ଟା ସମୟରେ ରାମ ମନ୍ଦିର ଛକରୁ ଡ୍ୟୁଟି ସାରି ପଲସର ଯୋଗେ ଖଣ୍ଡଗିରି ସ୍ଥିତ ରୁମକୁ ଫେରୁଥିବା ବେଳେ ଜୟଦେବ ବିହାର ଫ୍ଲାଏଓଭର ନିକଟରେ ଦୁର୍ଘଟଣା ଘଟିଛି । ପଛରୁ ଆସୁଥିବା କୌଣସି ଭାରୀଯାନ ମଧୁସୂଦନଙ୍କୁ ଧକ୍କା ଦେବା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ନୟାପଲ୍ଲୀ ଥାନା ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କମିସନରେଟ୍ ପୋଲିସ୍ ।