କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା । କେନ୍ଦ୍ର ଓ ୩ ରାଜ୍ୟର ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

176

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ । ଦୀର୍ଘ ଦିନ ପରେ ବି କାହିଁକି ସମସ୍ୟା ସମାଧାନର ବାଟ ବାହାର କରି ପାରୁ ନାହାଁନ୍ତି ସେନେଇ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ହେଉଥିବା ଟ୍ରାଫିକ ସମସ୍ୟାକୁ ନେଇ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ରିପୋର୍ଟ ମାଗିଛନ୍ତି ଖଣ୍ଡପୀଠ ।
କହିଛନ୍ତି, ଆନ୍ଦୋଳନ ସମୟରେ କୌଣସି ରାସ୍ତା କିଭଳି ଅବରୋଧ ନହେବ ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟୀତ୍ୱ । ସମସ୍ୟାର ସମାଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତରେ ରହିଛି । ଯଦି ଆନ୍ଦୋଳନ ଜାରି ରହୁଛି, କେମିତି ରାସ୍ତା ଅବରୋଧ ନହେବ ସେଥିପାଇଁ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେବା ଆବଶ୍ୟକ । ସାଧାରଣ ଲୋକ ଯେମିିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପଦକ୍ଷେପ ନେବା ଆବଶ୍ୟକ । ନୂଆ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଦିଲ୍ଲୀ , ହରିୟାଣା ଓ ଉତରପ୍ରଦେଶ ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ ।