କନକ ବ୍ୟୁରୋ : ଗୋଟିଏ ପଟେ ସଡକ ସୁରକ୍ଷା ସପ୍ତାହ ପାଳନ କର।।ଯାଉଛି । ହେଲେ ଅନ୍ୟ ପଟେ ଚାଲିଯାଉଛି ମୂଲ୍ୟବାନ ଜୀବନ । ଲୋକଙ୍କ ବାରମ୍ବାର ବିରୋଧ ପରେ ବି ସୁଧୁରିପାରୁନି ଟ୍ରାଫିକ୍ ସମସ୍ୟା । ସୁବର୍ଣ୍ଣପୁରରେ ଟ୍ରାଫିକ୍ ସମସ୍ୟା ଯୋଗୁ ବଢୁଛି ଚିନ୍ତା । ସହରରେ ଛୋଟ ବଡ ମିଶି ରହିଛି ୬ଟି ଛକ । ସହର ଦେଇ ଯାଇଛି ୫୭ ନମ୍ବର ଜାତୀୟ ରାଜପଥ । ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢିଚାଲିଥିବା ବେଳ ସୁଧୁରିପାରୁନି ଟ୍ରାଫିକ୍ ସମସ୍ୟା । କିଛି ଜନଗହଳିପୁର୍ଣ୍ଣ ସ୍ଥାନରେ ରହିଛି ଟ୍ରାଫିକ୍ ସିଗନାଲ । ହେଲେ ଟ୍ରାଫିକ୍ ପରିଚାଳନା ତ୍ରୁଟି ଯୋଗୁ ବାରମ୍ବାର ଘଟୁଛି ଦୁର୍ଘଟଣା । ଏନେଇ ବାରମ୍ବାର ଅଭିଯୋଗ ପ୍ରତିବଦ କରାଯାଇଥିଲେ ବି ସମସ୍ୟା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି ।
ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିଚାଲିଛି । ଏନେଇ ଉଭୟ ପରିବହନ ବିଭାଗ ଓ ପୁଲିସ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ପୁଣି ଥରେ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବା ସହିତ ବ୍ୟବସ୍ଥାରେ ସୁଧାର ଆଣିବାକୁ ମିଳିଛି ପ୍ରତିଶ୍ରୁତି । ତା ସହିତ ନିୟମ ମାନୁନଥିବା ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି ।
ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡି ଚାଲିଥିବା ବେଳେ ଏଥିପ୍ରତି ଏବେଠାରୁ ଦୃଷ୍ଟି ଦିଆଯିବା ଜରୁରୀ ହୋଇଛି ।