ସମ୍ବଲପୁରରେ ପୁଣି ନାବାଳକଙ୍କୁ ଫାଇନ । ନିୟମ ଭାଙ୍ଗି ଯାଉଥିଲେ, ପୋଲିସ ହାତରେ ଧରାପଡିଲେ । ୨ ନାବାଳକଙ୍କ ନାଁରେ କଟାଗଲା ୬୦ ହଜାର ଟଙ୍କାର ଜରିମାନା

Advertisment
ସମ୍ବଲପୁରରେ ପୁଣି ନାବାଳକଙ୍କୁ ଫାଇନ । ନିୟମ ଭାଙ୍ଗି ଯାଉଥିଲେ, ପୋଲିସ ହାତରେ ଧରାପଡିଲେ । ୨ ନାବାଳକଙ୍କ ନାଁରେ କଟାଗଲା ୬୦ ହଜାର ଟଙ୍କାର ଜରିମାନା

କନକ ବ୍ୟୁରୋ: ପୁଣି ନାବାଳକ ଗଣିଲେ ଫାଇନ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ୬୦ ହଜାର ଟଙ୍କା ଜରିମାନା ଦେଲେ ଦୁଇ ଜଣ ନାବାଳକ । ସମ୍ବଲପୁରରେ ଚେକିଂ ବେଳେ ଟ୍ରାଫିକ ନିୟମ ଭାଙ୍ଗିଥିବା ପୁଣି ୨ ଜଣ ନାବାଳକ ପୁଲିସ ହାତରେ ଧରାପଡ଼ିଛନ୍ତି। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଜଣେ ୧୦ମ ଛାତ୍ର ଓ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ୩୦-୩୦ ହଜାର ଏପରି ୬୦ହଜାର ଟଙ୍କା ଜରିମାନା ହୋଇଛି।

ମାର୍ଚ୍ଚ ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ବିଭିନ୍ନ ସ୍ଥାନରେ ଜୋରସୋର ଗାଡ଼ି ତନଖି ଚାଲିଛି। ଏହି ଗାଡ଼ି ତନଖି ବେଳେ ଆଜି ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ପୁଣି ଦୁଇଜଣ ନାବାଳକଙ୍କୁ ଟ୍ରାଫିକ୍ ନିୟମ ଭାଙ୍ଗିବା ନେଇ ୬୦ହଜାର ଟଙ୍କା ଜରିମାନା ହୋଇଛି। ୧୦ମ ଛାତ୍ରଙ୍କୁ ନାବାଳକ ଗାଡ଼ି ଚାଳନା ପାଇଁ ୨୫ ହଜାର ଓ ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ବେଳେ ୫ମ ଶ୍ରେଣୀ ଛାତ୍ରଙ୍କ ଏପରି ୩୦ହଜାର ଟଙ୍କା ଜରିମାନା ହୋଇଛି।

ପୂର୍ବରୁ ସମ୍ବଲପୁରରେ ଗାଡ଼ି ତନଖି ବେଳେ ଜଣେ ନାବାଳକ ଚଳାଉଥିବା ସ୍କୁଟିକୁ ୪୩ ହଜାର ଫାଇନ ହୋଇଥିଲା। ନାବାଳକ ଜଣକ ଗାଡ଼ି ଚଲାଉଥିବା ବେଳେ ପୁଲିସ ହାବୁଡରେ ପଡ଼ିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନସ ନଥିବାରୁ ୫ ହଜାର , ନାବାକଳ ଚଳାଉଥିବାରୁ ୨୫ ହଜାର , ପ୍ରଦୂଷଣ ପାଇଁ ୧୦ ହଜାର, ଗାଡ଼ିର ଇନସୁରାନସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଏପରି ଭାବେ ୪୩ ହଜାର ଟଙ୍କାର ଚାଲାଣ କଟାଯାଇ ଥିବା ଜଣାପଡ଼ିଥିଲା।

କେବଳ ଏତିକି ନୁହେଁ ଗତ ସୋମବାର ବି ଆଉ ଜଣେ ନାବାଳକ ବାଇକ୍ ଚାଳକଙ୍କୁ ପୁଲିସ ୩୭ହଜାର ଟଙ୍କା ଫାଇନ୍ କରିଥିଲା। ଗୋଟିଏ ବାଇକରେ ତିନିଜଣ ଯାଉଥିବା ବେଳେ ପୁଲିସର ଗାଡ଼ି ତନଖି ବେଳେ ଧରାପଡ଼ିଥିଲେ। ଗାଡ଼ିର ଡ୍ରାଇଭିଂ ଲାଇସେନସ ନଥିବା ସହିତ ନାବାଳକ ଗାଡ଼ି ଚଳାଇବା ଭଳି ପ୍ରସଙ୍ଗରେ ଏହି ଜରିମାନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe