ମୁଁ ଥାଉ ଥାଉ ହେବନି ଦୁର୍ଘଟଣା । ହାତରେ ଝାଡୁ ଧରିଲେ, ରାସ୍ତା ସଫା କଲେ । କଟକ ଶିଖରପୁର ଛକରେ ଝାଡୁ ମାରି ପୁଣିି ମନ ଜିଣିଲେ ଟ୍ରାଫିକ ପୋଲିସ ଲଳିତ ମୋହନ ରାଉତ ।

578

କନକ ବ୍ୟୁରୋ: ହାତରେ ଝାଡୁ ଧରିଲେ, ରାସ୍ତା ସଫା କଲେ । ଡ୍ୟୁଟି କରୁଥିବା ଛକରେ ଝାଡୁ ମାରିଲେ ଟ୍ରାଫିକ ପୋଲିସ । ନାଲି ସିଗନାଲ ପଡିିଥିବା ସମୟରେ ଗାଡି ଘୋଡା ଚାଲୁ ନଥିବାରୁ ସେତିକି ବେଳେ ନିଜ ହାତରେ ଝାଡୁ ଧରି ରାସ୍ତାରୁ ବାଲି, ଗୋଡି ସଫା କରିଛନ୍ତି ଟ୍ରାଫିକ ପୋଲିସ ଲଳିତ ମୋହନ ରାଉତ ।

ତେବେ କଟକ ଶିଖରପୁର ଛକରେ ବାଲି, ଗୋଡି ପଡି ଅଧିକ ଦୁର୍ଘଟଣା ହେଉଥିବାରୁ ଅଘଟଣ କମାଇବାକୁ ଏମିତି କରିଥିଲେ ଲଳିତ । ରାସ୍ତାରେ ପଡିଥିବା ଚିପ୍ସ ଓ ଜମା ହୋଇ ରହିିଥିବା ବାଲି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ହୁଏ । ତେବେ ଦୁର୍ଘଟଣା ନହେବାକୁ ନିଜ ହାତରେ ଝାଡୁ ଧରି ସଫା କରିଥିଲେ ଟ୍ରାଫିକ କର୍ମଚାରୀ ଲଳିତ ।

ସେପଟେ ଲଳିତଙ୍କ ଏହି ମହାନ କାମକୁ ଚାରିଆଡୁ ପ୍ରଶଂସା କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ସେୟାର କରି ଲୋକେ ସାବାସୀ ଦେଉଛନ୍ତି । ତେବେ ଖାଲି ରାସ୍ତା ସଫା କରିବା ନୁହେଁ ପୂର୍ବରୁ ସେହି ଶିଖରପୁର ଛକରେ ଜଣେ ଦିବ୍ୟାଙ୍କ ପରିବାରକୁ ରାସ୍ତାପାରି କରି ଚର୍ଚ୍ଚାକୁ ଆସିଥିଲେ ଆଉ ନିଜ ମାନବିକତା ଦେଖାଇଥିଲେ । ସେହିପରି ଏକ ଦୃତଗାମୀ ଟ୍ରକ ସାମ୍ନାରୁ ୪ ଜଣଙ୍କ ଜୀବନ ବଞ୍ଚାଇ ନିଜ ସାହସର ପରିଚୟ ଦେଇଥିଲେ ଲଳିତ । ଯେଉଁଥିପାଇଁ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା ।